ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଚାଲୁଥିବା ପୁରୁଷ ହକି ୱାର୍ଲ୍ଡ କପ୍‌ରେ ଗୁରୁବାର ଦୁଇଟି ମ୍ୟାଚ୍ ଖେଳାଯିବ। ପୁଲ-‘ଏ’ର ୪ଟି ଟିମ୍ ଏହି ମୁକାବିଲାରେ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ୍ ସ୍ପେନ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସଂଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।

ଅନ୍ୟପଟେ ଦ୍ୱିତୀୟ ମ୍ୟାଚ୍ ଫ୍ରାନ୍ସ-ଆର୍ଜେଣ୍ଟିନା ମଧ୍ୟରେ ଲଢ଼େଇ ହେବ। ପୁଲ-ଏର ସ୍ଥିତି କହିବାକୁ ଗଲେ ଦୁଇଟି ମ୍ୟାଚରେ ବିଜୟୀ ହୋଇ ୬ ପଏଣ୍ଟ ସହ ଆର୍ଜେଣ୍ଟିନା ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସେହିପରି ଗୋଟିଏ ମ୍ୟାଚ୍ ଜିତି ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ସୋମବାର ଖେଳାଯାଇଥିବା ମ୍ୟାଚରେ ସ୍ପେନ ଓ ଫ୍ରାନ୍ସର ମୁକାବିଲା ୧-୧ରେ ଡ୍ର ରହିଥିଲା। ସ୍ପେନ ତୃତୀୟ ଏବଂ ଫ୍ରାନ୍ସ ଚତୁର୍ଥ ସ୍ଥାନରେ ରହିଛି।

ସୋମବାର ଖେଳାଯାଇଥିବା ମ୍ୟାଚରେ ୩-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆର୍ଜେଣ୍ଟିନା କ୍ୱାର୍ଟର ନିକଟତର ହୋଇଛି। ଗୁରୁବାର ମ୍ୟାଚରେ ଦଳ ଉତ୍ତମ ପ୍ରଦର୍ଶନ କରି ଫ୍ରାନ୍ସକୁ ପରାସ୍ତ କରେ ସିଧାସଳଖ ସେମିଫାଇନାଲ ଖେଳିବ ଆର୍ଜେଣ୍ଟିନା। ଅନ୍ୟପଟେ ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ମଧ୍ୟ ସ୍ପେନକୁ ହରାଇବା ଲକ୍ଷ୍ୟରେ ରହିବ। ପୁଲ-ଏରେ ଦୁର୍ବଳ ପ୍ରଦର୍ଶନ କରିଥିବା ସ୍ପେନ ଏବଂ ଫ୍ରାନ୍ସ ମଧ୍ୟ କିଛି ଓଲଟପାଲଟ କରିବାର ଶକ୍ତି ରହିଛି।

Comment