ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵବ୍ୟାପି ପାଳିତ ହେଉଛି ‘ଅନ୍ତର୍ଜାତୀୟ  ବିମାନ ଚଳାଚଳ ଦିବସ’।

ପ୍ରତିବର୍ଷ ଡିସେମ୍ବର ୭ ତାରିଖରେ ‘ଅନ୍ତର୍ଜାତୀୟ ବିମାନ ଚଳାଚଳ ଦିବସ’ ପାଳନ କରାଯାଏ। ବିମାନ ବିନା ଆଧୁନିକ ପରିବହନ ବ୍ୟବସ୍ଥା କଥା କଳ୍ପନା କରାଯାଇ ନପାରେ। ଏହା ଯାତ୍ରୀ ତଥା ମାଲ ପରିବହନ ପାଇଁ ସବୁଠାରୁ ନିର୍ଭରଯୋଗ୍ୟ ଯାନ।

ବିମାନ ପରିବହନ ଯୋଗୁଁ ମଣିଷ ବହୁ ଦୂର ଦୂରାନ୍ତ ସ୍ଥାନକୁ ଯାତାୟତ କରିପାରୁଛି। ତେଣୁ ବିମାନ ପରିବହନର ସୁରକ୍ଷା ଓ ଦକ୍ଷତାକୁ ପ୍ରୋତ୍ସାହନ ଦେବା ଏହି ଦିବସର ମୂଳ ଲକ୍ଷ୍ୟ।

ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂସ୍ଥା’ ପକ୍ଷରୁ ବିଶ୍ଵସ୍ତରରେ ଏହି ଦିବସ ପାଳନ ପାଇଁ ୧୯୪୪ରେ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା। ୧୯୯୬ ମସିହାରେ ଜାତିସଙ୍ଘ ଏହାକୁ ସ୍ଵୀକୃତି ଦେଇଥିଲା।

ବିଶ୍ଵର ପ୍ରଥମ ବ୍ୟବସାୟିକ ବିମାନ ସେବା ୧୯୧୪ ମସିହା ଜାନୁଆରୀ ୧ରେ ଆରମ୍ଭ ହୋଇଥିଲା।

Comment