ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲେ କେନ୍ଦ୍ର ସରକାର। ଡିସେମ୍ବର ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଅନୁମତିକୁ ବାତିଲ କରାଯାଇଛି। ଫଳରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣା ଡିସେମ୍ବର ୩୧ ଯାଏଁ ଜାରି ରହିବ।

ବୁଧବାର ସନ୍ଧ୍ୟାରେ ଡିସେମ୍ବର ମାସ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍‌ ଜାରି କରିଥିଲେ। ଏଥିରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମତି ମିଳିଥିଲା।

ଦେଶରେ କରୋନା ମହାମାରୀ କାରଣରୁ ଚଳିତ ବର୍ଷ ୨୩ ମାର୍ଚ୍ଚରୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣକୁ ନିଷେଧ କରାଯାଇଛି। ଏହାସହ ଘରୋଇ ବିମାନ ସେବା ମଧ୍ୟ ବନ୍ଦ ରହିଥିଲା। କିନ୍ତୁ ଘରୋଇ ବିମାନ ଉଡ଼ାଣ ୨୫ ମେ’ ରୁ ଆରମ୍ଭ ହୋଇଛି।

Comment