ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଗୁରୁବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ। ରାତି ୭ଟାରେ ଭାରତ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଅପରାହ୍ନ ୪ଟା ୪୫ରେ ଜର୍ମାନୀ ଏବଂ ବେଲଜିୟମ ମଧ୍ୟରେ ଖେଳାଯିବ। ଏହି ଦୁଇ ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି ରହିଛି।

ପ୍ରଦର୍ଶନ ଦୃଷ୍ଟିରୁ ଭାରତ ବିପକ୍ଷରେ ନେଦଲାଣ୍ଡ ଫେଭରେଟ ରହିବ। ବିଶ୍ୱକପରେ ଦୁଇ ଦଳ ମୋଟ୍ ୬ଥର ମୁହାଁମୁହିଁ ହୋଇଛନ୍ତି। ପ୍ରତି ମ୍ୟାଚରେ ନେଦରଲାଣ୍ଡ ବିଜୟ ଲାଭ କରିଛି। ୨୦୦୬ ଅର୍ଥାତ ୧୨ ବର୍ଷ ପୂର୍ବେ ଭାରତ-ନେଦରଲାଣ୍ଡ ମୁହାଁମୁହିଁ ହୋଇଥିଲେ। ଭାରତ-୧୬ ଗୋଲରେ ହାରିଥିଲା।

ଭାରତ ପକ୍ଷରୁ ଦିଲ୍ଲୀପ ତିର୍କୀ ଏକମାତ୍ର ଗୋଲ ଦେଇଥିଲେ। କିନ୍ତୁ ନେଦରଲାଣ୍ଡ ଏଭଳି ଦଳ ଯାହାକୁ ହରାଇ ଯାଇପାରିବନି କହିବା ଭୁଲ ହେବ। କିଛି ସମୟ ଧରି ଭାରତୀୟ ଦଳ ସମସ୍ତ ମ୍ୟାଚ୍ ଏକତରଫା ଭାବେ ଖେଳି ଆସୁଛି। ଗତ ଚାମ୍ପିଆନ୍ସ ଟ୍ରଫିରେ ଭାରତ-ନେଦରଲାଣ୍ଡ ମ୍ୟାଚ ଡ୍ର ରହିଥିଲା। ତେବେ ଯାହାହେଉ ଘରୋଇ ପଡ଼ିଆରେ ନେଦରଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ଲକ୍ଷ୍ୟରେ ଖେଳିବ।

Comment