ଓଡ଼ିଶାଲାଇଭ୍ ବ୍ୟୁରୋ

ବାଗି-୨ର ଗୀତ ଆଜି ବି ଦର୍ଶକଙ୍କ ମନରେ ରାଜ କରୁଛି। ମାତ୍ର ଟାଇଗର ତାଙ୍କ ପ୍ରଥମ ଫିଲ୍ମ ପରେ ଲଗାତାର ଅଧିକ ଏଗ୍ରେସନ ମୁଡରେ ନଜର ଆସିଥିଲେ। ବାଗି-୨ରେ ଟାଇଗର ଯେମିତି ଦର୍ଶକଙ୍କୁ ଦିୱାନା ବନାଇ ଦେଇଥିଲେ। ଆଉ ଏବେ ଟାଇଗରଙ୍କ ଫ୍ୟାନଙ୍କ ପାଇଁ ଏକ ଖୁସି ଖବର ରହିଛି।

ଟାଇଗରଙ୍କ ଫ୍ୟାନଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। କାରଣ ବାଗି-୨ର ସଫଳତା ପରେ ଟାଇଗରଙ୍କ ଫ୍ୟାନଙ୍କୁ ଯେମିତି ଆଉ ଏକ ଫିଲ୍ମର ଅପେକ୍ଷା ଥିଲା। ଆଉ ବାଗି-୨ର ଟିମ୍ ନିକଟରେ ବାଗି-୩ର ସୁଟିଂ ଆରମ୍ଭ କରିଛନ୍ତି। ମାତ୍ର ଏଥିରେ ଟାଇଗରଙ୍କ ସହିତ ଦିଶା ପାଟନି ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଟାଇଗରଙ୍କ ସହିତ ଫିଲ୍ମରେ ଆଉ କିଏ କିଏ ରହିବେ ଟିମ୍ ତରଫରୁ ଏ ଯାଏଁ କୌଣସି ସୂଚନା ଦିଆଯାଇନାହିଁ।

ବୁଧବାର ସକାଳେ ଫିଲ୍ମର ପ୍ରଥମ ପୋଷ୍ଟର ଆଉଟ୍ କରାଯାଇଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଏହି ପୋଷ୍ଟରକୁ ସେୟାର କରି ଏନେଇ ଜଣାଇଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ସାଜିଦ୍ ନାଦିୱାଲା ଓ ଟାଇଗର ପୁଣିଥରେ ଏକାଠି ନଜର ଆସିବେ।

ଫିଲ୍ମର ପ୍ରଥମ ପୋଷ୍ଟର ସହିତ ଏହାର ରିଲିଜ୍ ଡେଟ ବି କୁହାଯାଇଛି। ଏହା ୨୦୨୦ରେ ରିଲିଜ୍ ହେବ। ପ୍ରଡକସନ୍ ଟିମ୍ ମାର୍ଚ୍ଚ ୬ ୨୦୨୦ରେ ଏହି ଫିଲ୍ମକୁ ରିଲିଜ କରିବା ନେଇ ସୂଚନା ମିଳିଛି।

Comment