ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନ କେଇଟା ପରେ ଖ୍ରୀଷ୍ଟ ମାସ ତଥା ବଡ଼ ଦିନ। ସେଥିଲାଗି ସବୁଠି କେତେ ଉତ୍ସାହ ଓ ପ୍ରସ୍ତୁତି। ବିଶେଷକରି ଛୋଟ ପିଲା ମାନେ ବଡ଼ ଦିନକୁ ନେଇ ଅଧିକ ଉତ୍ସାହିତ ଥାନ୍ତି। ଆଉ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଆମେରିକାର ପୂର୍ବତନ ରାଷ୍ଟପତି ବାରାକ୍‌ ଓବାମା ସାଣ୍ଟା କ୍ଲଜ୍‌ ହୋଇ ପିଲାମାନଙ୍କୁ ଗିଫ୍ଟ ଦେଇଛନ୍ତି।

ୱାଂଶିଟନ୍ ଚିଲ୍‌ଡ୍ରେନସ୍ ହସ୍ପିଟାଲ୍‌ରେ ଓବାମା ହଠାତ୍ ପହଞ୍ଚିଥିଲେ ଆଉ ସେଠାରେ ରହୁଥିବା ଶିଶୁ ରୋଗୀଙ୍କୁ ଉପହାର ବି ଦେଇଥିଲେ। ମୁଣ୍ଡରେ ସାଣ୍ଟା କ୍ଲଜ୍‌ ଟୋପି ଓ ପିଠିରେ ଉପହାର ପ୍ୟାକେଟ ରଖି ହସ୍ପିଟାଲରେ ପହଞ୍ଚି ଯାଇଥିଲେ। ହସ୍ଟିଟାଲ କର୍ମଚାରୀ ବି ଓବାମାଙ୍କୁ ଦେଖି ଖୁସି ହୋଇଥିଲେ।

ବେଶ୍‌ କିଛି ସମୟ ବାରାକ୍ ଓବାମା ସେଠାରେ ପିଲାମାନଙ୍କ ସହ କଟାଇଥିଲେ। ଏହା ସହିତ ଓବାମା କହିଥିଲେ,” ମୁଁ ଦୁଇଟି ଝିଅର ବାପା ହିସାବରେ ଜାଣିଛି ହସ୍ପିଟାଲରେ ଡାକ୍ତର ଏବଂ ନର୍ସମାନେ କେମିତି ପିଲାଙ୍କ ଯତ୍ନ ନେଇଥାନ୍ତି। ” ଓବାମାଙ୍କ ସାଣ୍ଟା ବେଶ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଓବାମାଙ୍କ ଏପରି ଅଚାନକ ହସ୍ପିଟାଲ ଯିବା ପିଲାମାନଙ୍କ ସହ ସମୟ ବିତାଇବା କଥା ସମସ୍ତଙ୍କୁ ପସନ୍ଦ ଆସିଛି।

Comment