ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସ୍ଵାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏବେ ଡାକ୍ତରଖାନାରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଏହି ବାୟୋମେଟ୍ରିକ ଉପସ୍ଥାନ ଲାଗୁ କରାଯିବ। ଏନେଇ ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

୨୦୨୩-୨୪ ଆର୍ଥିକ ବର୍ଷରୁ ସବୁ ସରକରୀ ମେଡିକାଲରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ପ୍ରଥମେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ପରୀକ୍ଷାମୂଳକ ଭିତ୍ତିରେ ବାୟୋମେଟ୍ରିକ୍ ଉପସ୍ଥାନ ଆରମ୍ଭ କରାଯିବ।

ପ୍ରଥମ ପର୍ଯ୍ୟାୟରେ ବାୟୋମେଟ୍ରିକ୍ ଉପସ୍ଥାନ କେତେ ଫଳପ୍ରଦ ହେଉଛି ତାହାର ପରୀକ୍ଷା କରାଯିବ। ଏହା ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥାର ସମ୍ପ୍ରସାରଣ କରାଯିବ।

ଏବେ କେବଳ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗିଛି। ଓଡ଼ିଶା ସରକାର ଆର୍ଥିକ ବର୍ଷ ୨୦୨୩-୨୪  ବଜେଟରେ ରାଜ୍ୟରେ ୫ ହଜାର ଡାକ୍ତର ଏବଂ ୯ ହଜାର ନର୍ସ ଓ ପରମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି।

Tags: #BiometricAttendanceSystem #Hospitals #Doctors #Nurse #HealthAndFamilyWelfareDept #Odisha

Comment