ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତ୍ୟେକ ରଙ୍ଗର କୌଣସି ନା କୌଣସି ମହତ୍ତ୍ଵ ରହିଥାଏ। ସେହପରି ଖ୍ରୀଷ୍ଟମାସରେ ଲାଲ ରଙ୍ଗର ପୋଷକ ପିନ୍ଧିବାର ଅର୍ଥ ମଧ୍ୟ ରହିଛି।

ରାତି ପାହିଲେ ପାଳନ ହେବ ଖ୍ରୀଷ୍ଟମାସ। ଡିସେମ୍ବର ୨୫ରେ ଏହି ପବିତ୍ର ଦିନଟିକୁ ପାଳନ କରାଯାଏ। ଏହି ପବିତ୍ର ଦିନଟିରେ ଯୀଶୁ ଧରାବତରଣ କରିଥଲେ। ଏହା ଖ୍ରୀଷ୍ଟିୟାନମାନଙ୍କ ପର୍ବ ହୋଇଥିଲେ ମଧ୍ୟ ଏହି ପର୍ବକୁ ଏବେ ସବୁଧର୍ମର ଲୋକେ ପାଳନ କରୁଛନ୍ତି। ଦିନଟିକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ଲୋକେ ପରସ୍ପର ଉପହାର ବି ଦେଇଥାନ୍ତି।

ଏହି ଦିନରେ ଅଧିକାଂଶ ଲୋକ ଲାଲ ରଙ୍ଗର ପୋଷକ ଓ ଟୋପି ପିନ୍ଧିଥାନ୍ତି। ତେବେ କାହିଁକି ଏହି ଦିନରେ ଲାଲରଙ୍ଗର ପୋଷକ ପିନ୍ଧାଯାଏ ତାକୁ ନେଇ ମନରେ ପ୍ରଶ୍ନ ଆସିଥାଏ।

ଜାଣନ୍ତୁ କାହିଁକି ପିନ୍ଧାଯାଏ ଲାଲରଙ୍ଗର ପୋଷାକ…

ଖ୍ରୀଷ୍ଟମାସରେ ଲାଲରଙ୍ଗର ପୋଷକକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଏହି ରଙ୍ଗ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି ବିଶ୍ଵାସ କରାଯାଏ। ଯାହା ଯୀଶୁଙ୍କ ଅନ୍ୟମାନଙ୍କ ପ୍ରତି ଥବା ସ୍ନେହକୁ ଦର୍ଶାଇଥାଏ। ଏହି ଲାଲ ରଙ୍ଗ ଜରିଆରେ ସମସ୍ତଙ୍କୁ ମାନବତାର ପାଠ ପଢ଼ାଇବାକୁ ଚାହୁଁଥିଲେ ଯୀଶୁ। ଲାଲ ରଙ୍ଗ ଖୁସିର ରଙ୍ଗ ବୋଲି ଯୀଶୁ କହୁଥିଲେ ବୋଲି ମାନ୍ୟତା ରହିଛି।

ଏହାବ୍ୟତୀତ ଆଉ ଏକ କାରଣ ମଧ୍ୟ ରହିଛି। ହୋଲି ବେରୀଜ ଏକ ପ୍ରକାର ଗଛ। ଯେଉଁଥରେ ଲାଲ ରଙ୍ଗର ଫୁଲ ଫୁଟିଥାଏ। ଏହି ଫୁଲ ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କ ପ୍ରିୟ।ସେଥିପାଇଁ ଏହି ପବିତ୍ର ଅବସରରେ ସମସ୍ତେ ଲାଲ ରଙ୍ଗର ପୋଷକ ଓ ଟୋପି ପିନ୍ଧିଥାନ୍ତି।

Comment