ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ ଆଇଡଲ ସିଜିନ ୧୦ର ବିଜେତା ହୋଇଛନ୍ତି ହରିୟାଣାର ସଲମାନ ଅଲ୍ଲୀ।

ସୋନୀ ଚ୍ୟାନେଲରେ ପ୍ରସାରିତ ରିଆଲିଟି ଶୋ ଇଣ୍ଡିଆନ ଆଇଡଲ ସିଜିନ ୧୦ ଶେଷ ହୋଇଛି। ଏହି ସିଜିନର ବିଜେତା ହୋଇଛନ୍ତି ହରିୟାଣାର ସଲମାନ ଅଲ୍ଲୀ। ସେ ୨ କୋଟି ୫୫ ଲକ୍ଷ ୬୩ ହଜାର ୭ ଶହ ୬୫ ଭୋଟରେ ଏହି ଶୋର ବିଜେତା ହୋଇଛନ୍ତି। ୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି।

ସିଜିନ ୧୦ର ରନର୍ସଅପ ହୋଇଛନ୍ତି ଅଙ୍କୁଶ ଭରଦ୍ୱାଜ। ଶୋର ଗ୍ରାଣ୍ଡ ଫିନାଲେରେ ଶାହରୁଖ ଖାନ, ଅନୁଷ୍କା ଶର୍ମା, କ୍ୟାଟ୍ରିନା କୈଫ ଉପସ୍ଥିତ ରହିଥିଲେ।

ଶୋର ବିଜେତା ସଲମାନ ଅଲ୍ଲୀଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍‌ ଓ ଏକ କାର ପୁରଷ୍କାର ମିଳିଛି।

ଏହା ଏହାପୂର୍ବରୁ ସେ ଜିଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଲିଟିଲ୍‌ ଚାମ୍ପିୟନ୍ସରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ କାର୍ଯ୍ୟକ୍ରମରେ ସେ ରନର୍ସଅପ ରହିଥିଲେ । ଇଣ୍ଡିଆନ ଆଇଡଲର ବିଜେତା ହୋଇ ସେ ପୁଣିଥରେ ହରିୟାଣା ପାଇଁ ଗୌରବ ଆଣିଛନ୍ତି।

ସଲମାନ ଅଲ୍ଲୀଙ୍କ ଘର ହରିୟାଣାର ମେୱାତ ଜିଲ୍ଲାରେ ଅବସ୍ଥିତ। ଅଲ୍ଲୀଙ୍କର ପିଲାବେଳୁ ସଙ୍ଗୀତ ପ୍ରତି ଦୁର୍ବଳତା ରହିଥିଲା। ସେ ପିଲାଟି ଦିନରୁ ଅନେକ ସ୍ଥାନରେ ସଙ୍ଗୀତ ପରିବେଷଣ କରି ପରଷ୍କୃତ ହୋଇଥିଲେ। ଅଲ୍ଲୀଙ୍କ ପରିବାର ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିଥିଲା। ଫଳରେ ଅଲ୍ଲୀଙ୍କୁ ବହୁତ ସଂଘର୍ଷର ସମ୍ନା କରିବାକୁ ପଡ଼ଥିଲା। ଅଲ୍ଲୀଙ୍କ ସଂଘର୍ଷ ଏବେ ତାଙ୍କ  ସଫଳତାରେ ପରିଣତ ହୋଇଛି।

Comment