ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରସିଦ୍ଧ ସଙ୍ଗୀତ ରିଆଲିଟି ସୋ’ ‘ଇଣ୍ଡିଆନ ଆଇଡଲ୍‌’ ସିଜିନ୍‌ ୧୨ର ବିଜେତା ହୋଇଛନ୍ତି ଉତ୍ତରାଖଣ୍ଡର ପବନଦୀପ ରାଜନ। ଅଗଷ୍ଟ ୧୫, ସ୍ୱାଧୀନତା ଦିବସ ଅବସରରେ ‘ଇଣ୍ଡିଆନ ଆଇଡଲ’ର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ଫାଇନାଲ ରାଉଣ୍ଡର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପବନଦୀପଙ୍କୁ ବିଜେତା ଭାବେ ପୁରୁସ୍କୃତ କରାଯାଇଥିଲା।

ସେ ପୁରସ୍କାର ସ୍ୱରୂପ ‘ଇଣ୍ଡିଆନ୍ ଆଇଡଲ୍’ ଟ୍ରଫି ସହ ୨୫ଲକ୍ଷ ଟଙ୍କା ଏବଂ ମାରୁତୀ ସୁଇଫ୍ଟ କାର ପାଇଛନ୍ତି ।

ଏହି ସୋ’ରେ ଅରୁଣିତା କାଞ୍ଜିଲାଲ୍ ଓ ସାୟଲି କମ୍ବଲେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ରନର୍ସ-ଅପ୍ ହୋଇ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି। ଚତୁର୍ଥ ସ୍ଥାନରେ ମହମ୍ମଦ ଦାନିସ, ପଞ୍ଚମ ସ୍ଥାନରେ ନିହାଲ ଓ ଷଷ୍ଠ ସ୍ଥାନରେ ସନମୁଖ ପ୍ରିୟା ରହିଥିଲେ।

ଉତ୍ତରାଖଣ୍ଡର ଚମ୍ବାଓ୍ୱତରେ ୧୯୯୬, ଜୁଲାଇ ୨୭ରେ ଜନ୍ମ ହୋଇଥିଲେ ପବନଦୀପ। ପିଲାବେଳୁ ତାଙ୍କର ସଙ୍ଗୀତ ପ୍ରତି ଦୁର୍ବଳତା ଥିଲା। ସେ ପିଲାବେଳୁ ଗୀତ ଗାଇବା ସହିତ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବଜାଇବା ଶିଖୁଥିଲେ। ଏବେ ଗୀତ ଗାଇବା ସହିତ ତବଲା, ପିଆନୋ, ଗିଟାର ବଜାଇ ପାରୁଛନ୍ତି ପବନଦୀପ। ଏମିତିକି କେତକ ମରାଠୀ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ୨୦୧୫ରେ ଟିଭି ‘ଭଏସ ଅଫ୍‌ ଇଣ୍ଡିଆ’ର ବିଜେତା ରହିଛନ୍ତି ପବନଦୀପ। ବିଦେଶରେ ମଧ୍ୟ ଅନେକ ମ୍ୟୁଜିକ୍‌ କନସର୍ଟରେ ସେ ନିଜର ଜଲଓ୍ୱା ଦେଖାଇଛନ୍ତି।

ପବନଦୀପଙ୍କ ବାପା ସୁରେଶ ରାଜନ ଏବଂ ବଡ଼ବାପା ସତୀଶ ରାଜନ ମଧ୍ୟ ତାଙ୍କ ସମୟର ପ୍ରସିଦ୍ଧ ଗାୟକ ଥିଲେ। ସେହିମାନଙ୍କୁ ଦେଖି ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ ସେ। ପବନଦୀନ ଏକ ସଙ୍ଗୀତ ବିଦ୍ୟାଳୟ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ଆହୁରି କଠିନ ପରିଶ୍ରମ କରିବେ ବୋଲି କହିଛନ୍ତି।

Comment