ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ମିଠୁରେ ଫସି ଇଣ୍ଡିଆନ୍‌ ଆଇଡଲ୍‌ରୁ ବିଦା ହୋଇଥିଲେ ଅନୁ ମଲ୍ଲିକ। ଏବେ ହିମେଶ ରେଶମିଆ ହେଲେ ନୂଆ ଜଜ୍‌।

ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିୟାଲିଟି ସୋ’ ଇଣ୍ଡିଆନ୍‌ ଆଇଡଲ୍‌କୁ ମିଳିଲା ନୂଆ ଜଜ୍‌। ମିଠୁ’ରେ ମାମଲାରେ ଫସି ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଇଣ୍ଡିଆନ୍‌ ଆଇଡଲ୍‌ରୁ ବିଦା ହୋଇଥିଲେ। ତାଙ୍କ ବଦଳରେ ବର୍ତ୍ତମାନ ଲୋକପ୍ରିୟ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆଙ୍କୁ ସୁଯୋଗ ମିଳିଛି।

ଗତବର୍ଷ ମିଠୁ’ ମାମଲାରେ ଅନୁ ମଲ୍ଲିକ୍‌ଙ୍କୁ ଇଣ୍ଡିଆନ୍‌ ଆଇଡଲ୍‌ରୁ ବାହାର ହେବାକୁ ପଡ଼ିଥିଲା। ତେବେ ଚଳିତ ସିଜିନ୍-୧୧ରେ ମଧ୍ୟ ତାଙ୍କୁ ଝଟ୍‌କା ଲାଗିଛି। କଣ୍ଠଶିଳ୍ପୀ ସୋନା ମହାପାତ୍ର ତାଙ୍କ ନାଁରେ ମିଠୁ’ ଅଭିଯୋଗ କରି ତାଙ୍କ ନାଁରେ ସ୍ୱର ଉତ୍ତୋଳନ କରିଥିଲେ। ଆଉଜଣେ କଣ୍ଠଶିଳ୍ପୀ ନେହା ଭାସିନ୍ ମଧ୍ୟ ତାଙ୍କ ନାଁରେ ସମାନ ଅଭିଯୋଗ ଆଣିଥିଲେ।

ଅଭିଯୋଗ ଆସିବା ପରେ ରାଷ୍ଟ୍ରିୟ ମହିଳା ଆୟୋଗ ସୋନି ଟିଭିକୁ ନୋଟିସ୍‌ କରିଥିଲା। ଏହାପରେ ତାଙ୍କୁ ସୋ’ରୁ ବାହାର କରିଦିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ଥାନରେ ସୋ’ ହିମେଶ ରେଶମିଆଙ୍କୁ ଜଜ୍‌ ଭାବେ ନେଇଛି। ଇଣ୍ଡିଆନ୍‌ ଆଇଡଲ୍‌ର ଚଳିତ ସିଜନ୍‌ରେ ଜଜ୍‌ ସିଟ୍‌ରେ ହିମେଶ ରେଶମିଆଙ୍କୁ ଦେଖିବାକୁ ମିଳିବ।

Comment