ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋନି ଟିଭିର ସଙ୍ଗୀତ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍’ ସିଜନ୍-୧୧ ଆରମ୍ଭ ହୋଇସାରିଛି। ଗାୟିକା ନେହା କକ୍କଡ, ମ୍ୟୁଜିକ୍ କମ୍ପୋଜର୍ ବିଶାଲ୍ ଦଦ୍‌ଲାନୀ ଆଉ ଅନ୍ନୁ ମଲ୍ଲିକ ଏହି ସିଜନ୍‌ରେ ଜଜ୍‌ ଅଛନ୍ତି। ଗାୟକ ଆଦିତ୍ୟ ନାରାୟଣ ସିଜନ୍-୧୧କୁ ହୋଷ୍ଟ୍‌ କରୁଛନ୍ତି। ବର୍ତ୍ତମାନ ସୋ’ରେ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ଚାଲିଛି।

ଆପଣ ଜାଣନ୍ତି କି ସୋ’ରେ ଜଜ୍ ଭାବେ ବସୁଥିବା ଗାୟକମାନେ କେତେ ଟଙ୍କା ନିଅନ୍ତି?

ସୋ’ରେ ବିଚାରକ ଭାବେ ଗାୟକ-ଗାୟିକାମାନେ ମୋଟା ଅଙ୍କର ପାରିଶ୍ରମିକ ନେଇଥାଆନ୍ତି।

‘ଇଣ୍ଡିଆନ୍ ଆଇଡଲ୍ ସିଜନ-୧୧’ ପାଇଁ ସବୁଠାରୁ ଅଧିକ ପାରିଶ୍ରମିକ ନେଉଛନ୍ତି ନେହା କକ୍କର୍। ନେହା ଗୋଟିଏ ଏପିସୋଡ୍ ପାଇଁ ୫ ଲକ୍ଷ ଟଙ୍କା ନେବେ। ଗତ ସିଜନ୍‌ରେ ବି ନେହା କକ୍କର ବିଚାରକ ଥିଲେ। ଦର୍ଶକମାନେ ନେହାଙ୍କୁ ଖୁବ୍ ପସନ୍ଦ କଲେ। ସେଥିଯୋଗୁଁ ଚଳିତ ସିଜନ୍ ରେ ବି ସୋ’ର ନିର୍ମାତାମାନେ ନେହାଙ୍କୁ ବିଚାରକ ଭାବେ ଆଣିଛନ୍ତି। ପ୍ରଥମେ ନୀତି ମୋହନଙ୍କୁ ନେହାଙ୍କ ଜାଗାରେ ନେବା ଯୋଜନା କରାଯାଇଥିଲା।

ନେହାଙ୍କ ପରେ ଦ୍ୱିତୀୟ ସର୍ବାଧିକ ପାରିଶ୍ରମିକ ନେବା ବିଚାରକ ହେଲେ ବିଶାଲ୍ ଦଦ୍‌ଲାନୀ। ବିଶାଲ୍‌ ଗୋଟିଏ ଏପିସୋଡ୍‌ ପାଇଁ ପ୍ରାୟ ସାଢ଼େ ୪ ଲକ୍ଷ ନେବେ।

ଅନ୍ନୁ ମଲ୍ଲିକ ୪ ଲକ୍ଷ ଟଙ୍କା ପାରିଶ୍ରମିକ ନେବେ। ସବୁଠାରୁ କମ୍ ପାରିଶ୍ରମିକ ପାଇବେ ସୋ’ର ହୋଷ୍ଟ୍ ଆଦିତ୍ୟ ନାରାୟଣ। ଆଦିତ୍ୟ ଗୋଟିଏ ଏପିସୋଡ୍‌ ପାଇଁ ୨ଲକ୍ଷ ୫୦ ହଜାର ଟଙ୍କା ନେବେ।

Comment