ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ। ଚଳିତବର୍ଷ ଶେଷ ଆଡ଼କୁ ନିଜ ପ୍ରେମିକା ତଥା ଅଭିନେତ୍ରୀ ଶ୍ଵେତା ଅଗ୍ରଓ୍ଵାଲଙ୍କୁ ବିବାହ କରିବେ ବୋଲି ଆଦିତ୍ୟ କହିଛନ୍ତି।

୨୦୧୦ ମସିହାରେ ଫିଲ୍ମ ‘ଶାପିତ’ର ସୁଟିଂ ସେଟ୍‌ରେ ଆଦିତ୍ୟ ଓ ଶ୍ଵେତା ପ୍ରଥମେ ଦେଖାହୋଇଥିଲେ। ଏହା ପରେ ଉଭୟ ପରସ୍ପରକୁ ପସନ୍ଦ କରିଥିଲେ। ଆଦିତ୍ୟ କହିଛନ୍ତି ଯେ, ଶ୍ଵେତା ପ୍ରଥମେ ଜଣେ ଭଲ ସାଙ୍ଗ ହେବାକୁ ଚାହୁଁଥିଲେ। କାରଣ ସେତେବେଳେ ସେମାନେ କ୍ୟାରିଅର ଉପରେ ଫୋକସ୍ କରିବାକୁ ଚାହୁଁଥିଲେ ଏବଂ ଉଭୟଙ୍କ ବୟସ ମଧ୍ୟ ସେତେ ବେଶୀ ହୋଇନଥିଲା। ତେବେ ଏହି ଦଶ ବର୍ଷ ଭିତରେ ସେମାନଙ୍କ ସମ୍ପର୍କ ଅନେକ କଠିନ ପରିସ୍ଥିତିକୁ ସାମ୍ନା କରିଥିବା ଆଦିତ୍ୟ କହିଛନ୍ତି।ନିଜ ବିବାହ ସମ୍ପର୍କରେ ଆଦିତ୍ୟ କହିଛନ୍ତି, “ବର୍ତ୍ତମାନ ବିବାହ କରିବା ନିଷ୍ପତ୍ତି କେବଳ ଏକ ଔପଚାରିକତା। ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରେ ଆମେ ବିବାହ କରିବୁ। ମୋ ବାପା ମା’ ଶ୍ଵେତାଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ସେମାନେ ତାଙ୍କୁ ବହୁତ ଭଲ ଭାବେ ଜାଣିଛନ୍ତି।”

କିଛି ଦିନ ପୂର୍ବରୁ ରିୟଲିଟି ସୋ’ ‘ଇଣ୍ଡିଆନ୍’ ଆଇଡଲ ସେଟ୍‌ରୁ ଆଦିତ୍ୟ ଏବଂ ସୋର ଜଜ୍ ନେହା କକ୍କରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ବାରମ୍ବାର ଖବର ଆସୁଥିଲା।ତେବେ ଏହି ଖବରକୁ ଆଦିତ୍ୟ ଏକ ଗୁଜବ ବୋଲି କହିଛନ୍ତି। ନେହା ତାଙ୍କର ଜଣେ ଭଲ ବନ୍ଧୁ। ଥଟ୍ଟା ମଜା ପାଇଁ ସୋର ସ୍କ୍ରିପ୍ଟ ଅନୁଯାୟୀ ସେଭଳି ଅଭିନୟ କରାଯାଉଥିଲା ଏବଂ କୁହାଯାଉଥିଲା। ଏସବୁ ପଛରେ କୌଣସି ସତ୍ୟତା ନଥିଲା। ସେ ରୋହନପ୍ରୀତ ସିଂଙ୍କୁ ବହୁତ ଭଲ ଭାବେ ଜାଣନ୍ତି ଓ ସେମାନେ ବହୁତ ଭଲ ବନ୍ଧୁ ବୋଲି ଆଦିତ୍ୟ କହିଛନ୍ତି।ଶ୍ଵେତା ଫିଲ୍ମ ‘ଶାପିତ’ରେ କାମ କରିବା ସହିତ ସାଉଥ୍ ସୁପରଷ୍ଟାର ପ୍ରଭାସ ଓ କିଚ୍ଚା ସୁଦୀପଙ୍କ ପରି ଅଭିନେତାଙ୍କ ସହ ମଧ୍ୟ କାମ କରିଛନ୍ତି।

Comment