ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ ଆଇଡଲ ସିଜିନ୍-୧୧ର ଜଜ୍ ପଦରୁ ବାହାରିବେ ଅନୁ ମଲିକ। ତାଙ୍କ ବିରୋଧରେ ବାରମ୍ବାର ମି-ଠୁ ଅଭିଯୋଗ ଆସୁଥିବା କାରଣରୁ ତାଙ୍କୁ ସୋ’ର ଜଜ୍ ପଦରୁ ହଟାଇବାକୁ ଚିନ୍ତା କରାଯାଉଛି ବୋଲି ସୂଚନା ମିଳିଛି।

ଗତବର୍ଷ ମଧ୍ୟ ଏହି ମି-ଠୁ ଅଭିଯାନରେ ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କୁ ସୋ’ର ଜଜ୍ ପଦରୁ ବାହାର କରିଦିଆଯାଇଥିଲା। ତେବେ ଚଳିତବର୍ଷ ଇଣ୍ଡିଆନ୍ ଆଇଡଲ ସିଜିନ୍-୧୧ରେ ତାଙ୍କୁ ପୁଣିଥରେ ସୋ’ର ଜଜ୍ ଭାବେ ଦେଖିବାକୁ ମିଳିଛି।

ଅନୁ ମଲିକ ଏହି ସୋ’କୁ ପୁଣିଥରେ ଫେରିବାକୁ କେତେକ କଣ୍ଠଶିଳ୍ପୀ ନାପସନ୍ଦ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ସେମାନେ ସ୍ୱର ଉତ୍ତୋଳନ କରିଛନ୍ତି। କଣ୍ଠଶିଳ୍ପୀ ସୋନା ମହାପାତ୍ର ତାଙ୍କୁ ଯୌନ ପିପାସୁ କହିବାକୁ ମଧ୍ୟ ପଛାଇନାହାନ୍ତି। ତାଙ୍କ ସହ ଆଉଜଣେ କଣ୍ଠଶିଳ୍ପୀ ନେହା ଭାସିନ୍ ମଧ୍ୟ ଅନୁ ମଲିକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ତେଣୁ ତାଙ୍କୁ ସୋ’ର ଜଜ୍ ପଦରୁ ହଟାଇ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଜଜ୍ କରିବାକୁ ଚିନ୍ତା କରାଯାଉଛି ବୋଲି ସୂଚନା ମିଳିଛି।

Comment