ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ସୋନୀ ଟିଭି ପ୍ରସାରିତ ହେଉଥିବା ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ସୋ’ ଇଣ୍ଡିଆନ୍ ଆଇଡଲର ଗ୍ରାଣ୍ଡ ଫିନାଲେ ଆଜି ପ୍ରସାରିତ ହେବ। ଏହି ଲୋକପ୍ରିୟ ରିଆଲିଟି ସୋ’ର ବିଜେତା କିଏ ହେବେ ଏବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି।

ଏହାର ଗ୍ରାଣ୍ଡ ଫିନାଲେରେ ପାଞ୍ଚ ଜଣ ପ୍ରତିଯୋଗୀଙ୍କ ଭିତରେ ମୁକାବିଲା କରାଯିବ। ସନ୍ନୀ ହିନ୍ଦୁସ୍ଥାନୀ, ରୋହିତ ରାୱତ, ଅଙ୍କୋନା ମୁଖାର୍ଜୀ, ଏଡ୍ରିଜ୍ ଘୋଷ ଓ ରିଧମ କଲ୍ୟାଣ ଗ୍ରାଣ୍ଡ ଫିନାଲେରେ ନିଜର ସଙ୍ଗୀତ ପରିବେଷଣ କରିବେ। ରବିବାର ସନ୍ଧ୍ୟା ୮ଟାରେ ଏହାର ଗ୍ରାଣ୍ଡ ଫିନାଲେ ପ୍ରସାରିତ ହେବ।

ସୋ’ର ଫାଇନାଲରେ ସମସ୍ତଙ୍କ ନଜର ସନ୍ନୀ ହିନ୍ଦୁସ୍ଥାନୀଙ୍କ ଉପରେ ରହିବ। କାରଣ ଫିନାଲେ ପୂର୍ବରୁ ଅନେକ ବରିଷ୍ଠ ସଙ୍ଗୀତକାର ସନ୍ନୀ ହିନ୍ଦୁସ୍ଥାନୀଙ୍କୁ ବିଜେତା ବୋଲି କହିସାରିଲେଣି।

Comment