ଓଡ଼ିଶାଲାଇଭ୍ ବ୍ୟୁରୋ

ସୋନି ଟିଭିରେ ପ୍ରସାରିତ ସଙ୍ଗିତଭିତ୍ତିକ ରିଆଲିଟି ସୋ’ ଇଣ୍ଡିଆନ୍ ଆଇଡଲର ଟପ-୧୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଚେଲସୀ ବେହୁରା।

କଟକରେ ରହୁଥିବା ଚେଲସୀ ‘ଗୋଲଡେନ୍ ମାଇକ୍’ ସହ ପ୍ରତିଯୋଗିତାର ଟପ୍-୧୫ରେ ପ୍ରବେଶ କରିଛନ୍ତି। ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ଚେଲସୀ ନିଜ କଣ୍ଠର ଯାଦୁରେ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି।

୧୬ ବର୍ଷୀୟ ଏହି ସିଙ୍ଗର ଥିଏଟର ରାଉଣ୍ଡରେ ଦମଦାର ପ୍ରଦର୍ଶନ କରିବା ସହ ସୋ’ର ଟପ-୧୫ରେ ପ୍ରବେଶ କରିଛନ୍ତି। ତାଙ୍କ ଗୀତକୁ ସୋ’ର ଜଜ୍‌ ଥିବା ଅନୁ ମଲ୍ଲିକ, ନେହା କକ୍କର ଓ ବିଶାଲ ବେଶ ପସନ୍ଦ କରୁଛନ୍ତି।

ପିଲାଟି ଦିନରୁ ନିଜ ବାପାଙ୍କୁ ହରାଇଥିବା ଚେଲସୀ ତାଙ୍କ ମା’ଙ୍କ ତତ୍ତ୍ୱାବଧାନରେ ସଙ୍ଗୀତ ଶିକ୍ଷା କରିଥିଲେ। ଏହାପୂର୍ବରୁ ତାଙ୍କୁ ଇଣ୍ଡିଆନ୍ ଆଇଡଲ ଜୁନିୟର, ରାଇଜିଙ୍ଗ ଷ୍ଟାର ଓ ସାରେଗାମାପା ଭଳି ପ୍ରତିଯୋଗିତାରେ ମଧ୍ୟ ଦେଖିବାକୁ ମିଳିଥିଲା।

Comment