ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିଭା ଥିଲେ ପରିଚୟ ନିଶ୍ଚୟ ମିଳିବ। ଇଣ୍ଡିଆନ ଆଇଡଲ ସିଜିନ ୧୧ରେ ବିଜେତା ହୋଇ ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ସନ୍ନି ହିନ୍ଦୁସ୍ତାନୀ। ସୋନି ଟିଭିରେ ପ୍ରସାରିତ ଏହି ରିଆଲିଟି ସୋ’ର ଗ୍ରାଣ୍ଡ ଫାଇନାଲ ରବିବାର ସନ୍ଧ୍ୟାରେ ହୋଇଥିଲା। ଫାଇନାଲରେ ସନ୍ନି ଅନ୍ୟ ୪ଜଣଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି। ତାଙ୍କୁ ୨୫ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି।

ଜୋତା ପଲିସ୍‌ କରି ପରିବାର ପୋଷୁଥିବା ସନ୍ନି ତାଙ୍କ ପ୍ରତିଭା ଯୋଗୁଁ ଏବେ ସମସ୍ତଙ୍କ ନିକଟରେ ପରିଚିତ ହୋଇଛନ୍ତି। ତାଙ୍କର ଚମତ୍କାର କଣ୍ଠରେ ସାରା ଦୁନିଆ ତାଙ୍କର ଦିଓ୍ୱାନା ହୋଇଛି।

ସନ୍ନିଙ୍କ ଘର ପଞ୍ଜାବର ବଠିଣ୍ଡା ଜିଲ୍ଲାରେ। ଘୋର ଅଭାବ ଅନାଟନ ମଧ୍ୟରେ ସନ୍ନିଙ୍କ ପରିବାର ଚଳେ। ସନ୍ନିଙ୍କ ଘରେ ଟିଭି ତ ଦୂରର କଥା କବାଟ ଟିଏ ବି ଲାଗିନି। ସନ୍ନିଙ୍କୁ ଟିଭିରେ ଦେଖିବା ପାଇଁ ତାଙ୍କର ୩ ଭଉଣୀ ଓ ମା’ ପଡ଼ୋଶୀ ଘରକୁ ଯାଇଥାନ୍ତି।

ଇଣ୍ଡିଆନ ଆଇଡଲ ମଞ୍ଚରେ ଥରେ ସନ୍ନିଙ୍କ ମା’ ଓ ଭଉଣୀଙ୍କୁ ଦେଖିବାକୁ ମିଳିଥିଲା। ସନ୍ନିଙ୍କୁ ଏତେ ବଡ଼ ମଞ୍ଚରେ ଦେଖି ତାଙ୍କ ମା’ ଭାବୁକ ହୋଇପଡ଼ିଥିଲେ। ସନ୍ନି ଖୁବଶୀଘ୍ର ତାଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ସେ କହିଥିଲେ। ଏବେ ସନ୍ନି ଏତେ ବଡ଼ ସଫଳତା ପାଇବା ପରେ ନିଶ୍ଚୟ ତାଙ୍କ ମା’ଙ୍କ ସ୍ୱପ୍ନ ପୂରା କରିପାରିବେ।

ଟିଭି ପରଦାରୁ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଜାଣିବା ପରେ ସୋସିଆଲ ମିଡିଆରେ ତାଙ୍କୁ ବିପୁଳ ଭୋଟ ଦେବା ପାଇଁ ଅନୁରୋଧ ହେଉଥିଲା। ସେହିପରି ବଲିଉଡ ଗାୟକ ହିମେଶ ରେଶମିଆଁ ସନ୍ନିଙ୍କୁ ତାଙ୍କର ଫିଲ୍ମରେ ଏକ ଗୀତ ଗାଇବାକୁ ଅଫର କରିଥିଲେ।

LEAVE A REPLY

Please enter your comment!
Please enter your name here