ଓଡ଼ିଶାଲାଇଭ୍ ବ୍ୟୁରୋ

ସୋନି ଟିଭିରେ ପ୍ରସାରିତ ସଙ୍ଗୀତଭିତ୍ତିକ ରିଆଲିଟି ସୋ’ ଇଣ୍ଡିଆନ୍ ଆଇଡଲ ସିଜନ୍ ୧୧ର ଅଡିସନ୍ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୨ରେ ଭୁବନେଶ୍ୱରରେ ଏହାର ଅଡିସନ୍ ହେବ। ଇଚ୍ଛୁକ ପ୍ରାର୍ଥୀ ଇଣ୍ଡିଆନ୍ ଆଇଡଲ୍‌ ଓ୍ୱେବସାଇଟ୍‌ରେ ଆବେଦନ କରିପାରିବେ।

ଅଡିସନ୍ ପାଇଁ  ଜୁଲାଇ ୩୧ରୁ ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିପାରିବେ। ଏହାସହ ଅଡିସନ୍ ହେବାକୁ ଥିବା ସ୍ଥାନରେ ପ୍ରତିଯୋଗୀମାନେ ସିଧାସଳଖ (ଅଫ୍‌ଲାଇନ୍) ରେଜିଷ୍ଟ୍ରେସନ କରିପାରିବେ।

ଜୁଲାଇ ୩୧ ତାରିଖରେ ପ୍ରଥମେ ଜୟପୁରରେ ଏହାର ଅଡିସନ୍ ଆରମ୍ଭ ହେବ। ସେହିଭଳି ଅଗଷ୍ଟ ୨ରେ ଭୁବନେଶ୍ୱର, ୪ ତାରିଖରେ ଗୁଆହାଟି, ୬ ତାରିଖରେ ଡେରାଡୁନ୍ ଏବଂ ଚଣ୍ଡିଗଡ଼ରେ ଅଗଷ୍ଟ ୮ତାରିଖରେ ଅଡିସନ୍ ହେବ।

ସେହିଭଳି ଅଗଷ୍ଟ ୧୦ତାରିଖରେ କୋଲକାତା, ୧୨ରେ ଲକ୍ଷ୍ନୌ, ୧୪ରେ ଇନ୍ଦୋର, ୧୭ ଏବଂ ୧୮ ଦୁଇ ଦିନ ଧରି ଦିଲ୍ଲୀରେ ଅଡିସନ୍ ହେବ। ସେହିପରି ୨୨ରେ ନାଗପୁରରେ ହେବାସହ ଅଗଷ୍ଟ ୨୫ରେ ମୁମ୍ବାଇରେ ଅଡିସନ୍ ଶେଷ ହେବ।

ଇଣ୍ଡିଆ ଆଇଡଲ ସିଜନ୍ ୧୧ରେ ଭାଗନେବା ପାଇଁ ଉଚ୍ଛୁକ ପ୍ରାର୍ଥୀମାନଙ୍କର ବୟସ ୧୫ରୁ ୩୦ବର୍ଷ ମଧ୍ୟରେ ହେବା ଆବଶ୍ୟକ।

ଚଳିତ ବର୍ଷ ଇଣ୍ଡିଆନ ଆଇଡଲର ଅଡିସନ୍ ପାଇଁ ୧୧ଟି ସହରକୁ ବଛାଯାଇଛି। ଏହା ମଧ୍ୟରେ ସ୍ଥାନ ପାଇଛି ଭୁବନେଶ୍ୱର।

ଗତ କିଛି ବର୍ଷ ଧରି ଓଡ଼ିଶାରୁ ଅନେକ ପ୍ରତିଭା ଜାତୀୟ ସ୍ତରରେ ସମ୍ମାନ ଅର୍ଜନ କରିପାରିଛନ୍ତି। ୨୦୧୮ରେ ଓଡ଼ିଶାର ପ୍ରତିଯୋଗୀ ଅନନ୍ୟା ଶ୍ରୀତମ ନନ୍ଦ ଇଣ୍ଡିଆନ ଆଇଡଲ ଜୁନିଅର ଚାମ୍ପିଅନ୍ ହୋଇଥିଲେ।

Comment