ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ନାଁରେ ଗତ ବର୍ଷ ବଲିଉଡ ଗାୟିକା ସୋନା ମହାପାତ୍ର ଏବଂ ଶ୍ୱେତା ପଣ୍ଡିତ #MeToo ଆଧାରରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଗୁରୁବାର ସୋନା ମହାପାତ୍ର ଟୁଇଟ୍‌ରେ କମେଣ୍ଟ ଦେଇ ବଲିଉଡ ଗାୟିକା ନେହା ଭାସିନ ଅନୁ ମଲିକଙ୍କ ନାଁରେ ଖରାପ ବ୍ୟବହାରର ଅଭିଯୋଗ ଆଣିଛନ୍ତି।

ଗୁରୁବାର ସୋନା ମହାପାତ୍ର ଅନୁ ମଲିକଙ୍କ ବିଷୟରେ ନିଜର ମନ୍ତବ୍ୟ ରଖିଥିବା କିଛି ଖବରର ଫଟୋକୁ ସେୟାର କରି କହିଥିଲେ ଯେ, ଆମ ଦେଶର ଲୋକମାନେ ଜାଗ୍ରତ ହେବା ପାଇଁ ‘ନିର୍ଭୟା’ ଭଳି ଘଟଣା ଘଟିବା ଦରକାର କି?

ଏହାର ଉତ୍ତର ଦେବାକୁ ଯାଇ ଗାୟିକା ନେହା ଭାସିନ ଟୁଇଟ୍‌ କରି କହିଛନ୍ତି, “ମୁଁ ତୁମ ସହ ଏକମତ। ଆମ୍ଭେମାନେ ବର୍ତ୍ତମାନ ଏକ କାମୁକ୍ତ ସମାଜରେ ବସବାସ କରୁଛୁ। ଅନୁ ମଲିକ ହେଉଛନ୍ତି ଜଣେ ପଶୁ। ୨୧ବର୍ଷ ବୟସରେ ମୁଁ ନିଜେ ତାଙ୍କ ଖରାପ ବ୍ୟବହାରର ଶିକାର ହୋଇଥିଲି। ସେ ମତେ ଅଖିରେ ଫରାପ ଇସାର ଦେଉଥିଲେ। ମୁଁ ସେଠାରୁ ଦୌଡ଼ି ପଳାଇ ଆସିଥିଲି। ଏହାପରେ ତାଙ୍କ କଲ୍‌ କିମ୍ବା ମେସେଜର ଉତ୍ତର ଦେଇନଥିଲି।”

ସୂଚନାଯୋଗ୍ୟ, ଅନୁ ମଲିକଙ୍କ ନାଁରେ ମିଠୁ ଅଭିଯୋଗ ଆସିବା ପରେ ଗତ ବର୍ଷ ସିଙ୍ଗିଙ୍ଗ୍‌ ରିୟାଲିଟି ସୋ ‘ଇଣ୍ଡିଆନ ଆଇଡଲ-୧୦’ର ଜଜ୍‌ ସିଟ୍‌ରୁ ତାଙ୍କୁ ବାହାର କରିଦିଆଯାଇଥିଲା। ହେଲେ ଚଳିତ ସିଜନରେ ସେ ପୁଣିଥରେ ଇଣ୍ଡିଆନ ଆଇଡଲ ଜଜ୍‌ ଭାବେ ନଜର ଆସିଛନ୍ତି।

Comment