ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ଲୋକପ୍ରିୟ ଟିଭି ସୋ’ ‘ସିଆଇଡି’ର ଇନ୍ସପେକ୍ଟର ଫ୍ରେଡିକ୍ସ ଚରିତ୍ରରେ ଅଭିନୟ କରୁଥିବା ଦିନେଶ ଫଡନୀଶ। ମଙ୍ଗଳବାର ଦିନ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା।

କିଛି ଦିନ ପୂର୍ବରୁ ହୃଦଘାତର ଶିକାର ହୋଇ ଅଭିନେତା ଦିନେଶ ଫଡନୀଶ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ଆଜି ତାଙ୍କର ଦେହାନ୍ତି ହୋଇଛି। ଦିନେଶଙ୍କ ବିୟୋଗରେ ଉଭୟ ଟିଭି ଏବଂ ସିନେମା ଜଗତରେ ଶୋକର ମାହୋଲ ଦେଖିବାକୁ ମିଳିଛି। ଅଭିନେତା ଦିନେଶଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ଫ୍ୟାନ୍ସମାନେ।

Tags: #TVShow #CIDActorDies #DineshPhadnis #InspectorFredix

LEAVE A REPLY

Please enter your comment!
Please enter your name here