ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟିଭି ସୋ’ରେ ଦେଖିବାକୁ ପାଇବେ ଫ୍ୟାନ୍‌। ସେ ଏକ ଟିଭି ସୋ’ରେ ଭାରତର ବିଭିନ୍ନ ଆର୍ମି ଅଫିସରମାନଙ୍କ କାହାଣୀ କହିବେ।

ଷ୍ଟୁଡିଓ ନେକ୍ସଟ୍ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଏକ ସୋ’ରେ ଧୋନୀ ଜଣେ ଉପସ୍ଥାପକ ଭାବେ ନଜର ଆସିବେ। ଏଥିରେ ସେ ପରମବୀର ଚକ୍ର ଓ ଅଶୋକ ଚକ୍ର ଜିତିଥିବା ସେନା ଅଧିକାରୀଙ୍କ ଜୀବନ କାହାଣୀକୁ ଉପସ୍ଥାପନ କରିବେ। ବର୍ତ୍ତମାନ ଏହି ସୋ’ ପାଇଁ କାହାଣୀ ସଂଗ୍ରହ ଚାଲିଛି। ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଇଛି।

ଧୋନୀ ବର୍ତ୍ତମାନ ସେନାରେ ଲେଫ୍ଟନାଣ୍ଟ ଅଫିସର ଅଛନ୍ତି। ଗତ କିଛି ଦିନ ତଳେ ସେ କଶ୍ମୀରରେ ଆର୍ମି କ୍ୟାମ୍ପରେ ଯୋଗଦେଇ ସେଠାରେ କିଛି ଦିନ ଅତିବାହିତ କରିଥିଲେ। କ୍ରିକେଟରୁ ଦୂରେଇ ରହିବା କାରଣରୁ ଧୋନୀ ଏବେ ସେନା ସହ ଜଡ଼ିତ ବିଭିନ୍ନ କାମରେ ନଜର ଆସୁଛନ୍ତି।

Comment