ଓଡ଼ିଶାଲଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିମକୀ ମୁଖିଆର ଅଭିନେତ୍ରୀ ଗରିମା ବିକ୍ରାନ୍ତ ସିଂ ଲୋକପ୍ରିୟ ସିରିୟଲ ’ନଜର’ରେ ଅଭିନୟ କରିବେ। ’ନଜର’ ସିରିୟଲ ମାଧ୍ୟମରେ ସେ ଅଲୌକିକ ଦୁନିଆରେ ପାଦ ରଖିବାକୁ ଯାଉଥିବା କହିଛନ୍ତି। ଏହା ସହିତ ସେ କହିଛନ୍ତି ,”ମୁଁ ’ନଜର’ରେ ଅଭିନୟ କରିବା ଲାଗି ଉତ୍ସାହିତ ଅଛି। ସରିୟଲରେ ମୁଁ ପନ୍ନା ନାମକ ଏକ ଭୂମିକା ମାଧ୍ୟମରେ ଏଣ୍ଟ୍ରି କରିବି।”

 

View this post on Instagram

 

#Repost @eishasingh_fan_forever with @get_repost ・・・ @garimasrivastav9 entry on #nazar ???

A post shared by Garima Vikrant Singh (@garimasrivastav9) on

ସୂଚନାନୁସାରେ ଏହି ଭୂମିକା ସିରିୟଲ ମୁଖ୍ୟ ଭୂମିକା ହେବ। ’ନଜର’ର ନିର୍ମାତା ଗୁଲ ଖାନ୍‌ଙ୍କ ସହ ଗରିମା ଦ୍ୱିତୀୟ ଥର ଲାଗି କାମ କରିବେ।

ପୂର୍ବରୁ ଗରିମା ଅନେକ ସିରିୟଲରେ କାମ କରିସାରିଛନ୍ତି। ବିଭିନ୍ନ ଭୂମିକାରେ କାମ କରି ଗରିମା ଦର୍ଶକଙ୍କ ମନ ବି ଜିଣିଛନ୍ତି। ଗରିମା ‘ଗୁସଥାକ୍‌ ଦିଲ୍‌’  ‘ଛୋଟି ବୋହୂ’ ପରି ସିରିୟଲରେ କାମ କରିଛନ୍ତି।

 

Comment