ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ଆପଣ ଜିରୋ ନାଇଟ ସେଲିବ୍ରେସନ ପାଇଁ ପ୍ଲାନ କରିଛନ୍ତି କିମ୍ବା ପବ୍‌, ହୋଟେଲ ଯିବାକୁ ଭାବିଛନ୍ତି ତେବେ ଆପଣ ନକଲି ନୋଟ ପ୍ରତି ସାବଧାନ ହୋଇଯାଆନ୍ତୁ। ଏମିତି ନ ହେଉ ଆପଣ ଜିରୋ ନାଇଟ୍ ସେଲିବ୍ରେସନ କରିବାରେ ବ୍ୟସ୍ତ ଅଛନ୍ତି ଆଉ ଆପଣଙ୍କୁ କେହି ଅସଲି ନୋଟ ବଦଳରେ ନକଲି ଦେଇ ଠକି ଦେଇଛି।

ସୁତ୍ର ଅନୁସାରେ ନିକଟରେ ମୁମ୍ବାଇରେ ଏମିତି ଏକ ଗ୍ୟାଙ୍ଗ ଆକ୍ଟିଭ ହୋଇଛି। ଆଗକୁ ଜିରୋ ନାଇଟ ଆସୁଥିବାରୁ ଏମାନେ ବିଭିନ୍ନ ସହରକୁ ଟାର୍ଗେଟ କରୁଛନ୍ତି। ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଏହି ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିଛନ୍ତି। ତା ପାଖରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ ଜବତ ବି କରାଯାଇଛି। ଯେଉଁଥିରେ ୨୦୦୦ ଓ ୫୦୦ଟଙ୍କିଆ ନୋଟ ଅଛି।

ଗିରଫ ବ୍ୟକ୍ତି ପଶ୍ଚିମବଙ୍ଗର ମାଳଦା ଅଞ୍ଚଳର ବୋଲି ଜଣାପଡ଼ିଛି। ତା ପାଖରୁ ଜବତ କରାଯାଇଥିବା ନୋଟ ଦେଖି ପୋଲିସ ସନ୍ଦେହ କରୁଛି କି ବୋଧହୁଏ ଝାରଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗର କୌଣସି ଅଞ୍ଚଳରେ ନକଲି ନୋଟ ଛାପିବା ଫ୍ୟାକ୍ଟ୍ରି ଥାଇପାରେ।

ଏମାନେ ବିଶେଷତଃ ରାତିରେ ନକଲି ନୋଟର କାରବାର କରିଥାନ୍ତି। ଯେତେବେଳେ ଲୋକମାନେ ସାଧାରଣତଃ ଜଲଦିରେ ରହିଥାନ୍ତି ଏବଂ ଲୋକଙ୍କ ପାଖରେ ସେତିକି ସମୟ ନଥାଏ ଟଙ୍କା ନେଣ ଦେଣ ବେଳେ ଟଙ୍କା ନକଲି କି ଅସଲି ଦେଖିବେ।

ତେଣୁ ଆପଣ ଯଦି ରାତିରେ ଟଙ୍କା ନେଣ ଦେଣ କରୁଛନ୍ତି ଏବଂ ଆପଣ ବ୍ୟସ୍ତରେ ଅଛନ୍ତି ସେତେବେଳେ ଆପଣ ନୋଟକୁ ଭଲକରି ଦେଖନ୍ତୁ। ନହେଲେ ଆପଣ ବି ଠକାମୀର ଶିକାର ହୋଇପାରନ୍ତି।

Comment