ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ମାତ୍ର ୪ ଦିନ ପରେ ଆସୁଛି ନୂଆବର୍ଷ। ତେବେ ନୂଆ ବର୍ଷକୁ ସେଲିବ୍ରେଟ୍‌ କରିବା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ତେବେ ନୂଆବର୍ଷ ଉପଲକ୍ଷେ ମହିଳାମାନଙ୍କୁ ଛୋଟ ଡ୍ରେସ୍‌ ପିନ୍ଧିବା ମନା। ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ଏକ ନିୟମ ଜାରି କରିଛନ୍ତି ଗୁଜରାଟ ପୋଲିସ ଅଧିକାରୀ। ସେହିପରି ଲୋକେ ଛୋଟପିଲାଙ୍କ ଉପରେ ଖରାପ ପ୍ରଭାବ ପଡ଼ିଲା ଭଳି କୌଣସି କାମ ନକରିବାକୁ ପରାମର୍ଶ ଦେଇଛନ୍ତି।

ଭଡୋଦରା ପୋଲିସ କମିଶନର ଅନୁପମ ସିଂ ଘାଲୌଟ ଜାରି କରିଥିବା ବିଜ୍ଞପ୍ତିରେ ଆହୁରି ଅନେକ କିଛି କୁହାଯାଇଛି। ବିଶେଷକରି ଦ୍ରୁତଗତିରେ ଗାଡ଼ି ନଚଳାଇବା, ମଦ୍ୟପାନ କରି ଗାଡ଼ି ଚଲେଇବାକୁ ମନା କରାଯାଇଛି।

ସେଥିରେ ଆହୁରି ମଧ୍ୟ ଲେଖାଅଛି ଯେ ପ୍ରତିବର୍ଷ ସ୍ୱାଗତ  କରିବାକୁ ନେଇ ଡିସେମ୍ବର ୩୧ରେ ଅସାମାଜିକ ଗୋଷ୍ଠୀମାନେ ଅସାମାଜିକ କାର୍ଯ୍ୟକ୍ରମ କରି ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି। ତେଣୁ ଏଭଳି କାର୍ଯ୍ୟକ୍ରମରୁ ନିବୃତ ରହିବାକୁ କୁହାଯାଇଛି। ସେହିପରି ରାତି ୧୦ଟା ପରେ ଆତସବାଜି ଫୁଟାଇବା ଏବଂ ଅଧିକ ଧ୍ୱନୀରେ ଯନ୍ତ୍ର ବଜାଇବାକୁ ମନା କରାଯାଇଛି।

Comment