ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ବେଗୁନିଆ ଜଙ୍ଗଲରୁ ବିପୁଳ ପରିମାଣର ସୁନା ଓ ରୂପା ଜବତ କରାଯାଇଛି। ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ପୋଲିସ ମିଳିତ ଭାବେ ଗଞ୍ଜାମ ବେଗୁନିଆ ଜଙ୍ଗଲରେ ଚଢ଼ାଉ କରିଥିଲେ।

ଚଢ଼ାଉରେ ପୋଲିସକୁ ପ୍ରାୟ ୩୭୭ ଗ୍ରାମର ସୁନା ସହ ୬ କିଲୋ ମିଳିଛି। ଘଟଣାସ୍ଥଳରୁ କିଛି ଅଫୁଟା ବୋମା ଜବତ କରିଛି ପୋଲିସ।

ଗତ ମଙ୍ଗଳବାର ବ୍ରହ୍ମପୁର ପୋଲିସ ଏନକାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଇକର ମୃତ୍ୟୁ ହୋଇଥିଲା। ବାବୁର ଜଣେ ସହଯୋଗୀକୁ ଗିରଫ କରିଥିଲା ପୋଲିସ। ଏହି ସହଯୋଗୀ ପାଖରୁ ଜଙ୍ଗଲରେ ସୁନାରୂପା ଗଚ୍ଛିତ ଥିବା ସୂଚନା ପାଇଥିଲା ପୋଲିସ।

LEAVE A REPLY

Please enter your comment!
Please enter your name here