ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିଜାବ ପିନ୍ଧିଥିବାରୁ ଛାତ୍ରୀଙ୍କୁ ୟୁଜିସି ନେଟ ପରୀକ୍ଷା ଦେବାକୁ ରୋକା ଯାଇଥିବାରୁ ଅଳ୍ପ ସଂଖ୍ୟକ ଆୟୋଗ ୟୁଜିସିକୁ ନୋଟିସ ଜାରି କରିଛି।

ଦିଲ୍ଲୀ ଅଳ୍ପ ସଂଖ୍ୟକ ଆୟୋଗ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ଙ୍କୁ ନୋଟିସ ଜାରି କରିଛି । ହିଜାବ ପିନ୍ଧିଥିବାରୁ ଛାତ୍ରୀଙ୍କୁ ୟୁଜିସି ନେଟ ପରୀକ୍ଷା ଦେବାରୁ ରୋକା ଯାଇଥିବାରୁ ଏହି ନୋଟିସ ଜାରି କରିଛି । ଜାମିୟା ମିଲିୟା ଇସ୍ଲାମିୟାର ଛାତ୍ରୀ ଅମାୟା ଖାନ ଏହି ଅଭିଯୋଗ ଆଣିଥିଲେ। ଗତ ସପ୍ତାହରେ ରୋହିଣୀସ୍ଥିତ ପରୀକ୍ଷା କେନ୍ଦ୍ରରେ ହିଜାବ ପିନ୍ଧିଥିବା କାରଣରୁ ଅମାୟା ଖାନଙ୍କୁ ନେଟ ପରୀକ୍ଷାରେ ସାମିଲ ହେବାକୁ କର୍ମଚାରୀମାନେ ମନା କରିଥିଲେ।

ଘଟଣା ପରେ ଅଳ୍ପ ସଂଖ୍ୟକ ଆୟୋଗ ୟୁଜିସିର ସଚିବଙ୍କୁ ନୋଟିସ ଜାରି କରିଛନ୍ତି। ଏହା ଏକ ଅପମାନ ଜନକ ଘଟଣା ଓ ଏହା ଧାର୍ମିକ ଭେଦଭାବ ସୃଷ୍ଟି କରୁଛି ବୋଲି ନୋଟିସରେ କୁହାଯାଇଛି। ଆୟୋଗ କହିଛି, “ଏହା କୌଣସି ଆଇନଗତ ଅଥବା ସାମ୍ବିଧାନିକ ଆଧାର ନୁହେଁ । କେରଳ ହାଇକୋର୍ଟ ବି ମୁସଲିମ ମହିଳାଙ୍କୁ ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି।”

ମୁସଲିମ ଏବଂ ଶିଖ ମହିଳାଙ୍କ ଅଧିକାରକୁ ସମ୍ମାନ କରିବା ପାଇଁ କେରଳ ହାଇକୋର୍ଟ ସ୍ପଷ୍ଟ ଆଦେଶ ଜାରି କରିଥିଲେ। କିନ୍ତୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ଅଳ୍ପ ସଂଖ୍ୟକ ଆୟୋଗ ଏହାକୁ ତୀବ୍ର ନିନ୍ଦା କରିବା ସହ ୟୁଜିସିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଭବିଷ୍ୟତରେ ଏଭଳି ଅନ୍ୟାୟ ଯେପରି ନହୁଏ ସେ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆୟୋଗ ୟୁଜିସିକୁ ନିର୍ଦ୍ଦେଶ ଦେଇଛି।

LEAVE A REPLY

Please enter your comment!
Please enter your name here