ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଣ୍ଡର ଗ୍ରାଜୁଏଟ୍‌ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି।

ସେପ୍ଟେମ୍ବର ୩୦ ତାରିଖ ଭିତରେ ଅଣ୍ଡର ଗ୍ରାଜୁଏଟ୍‌ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ର ଶେଷବର୍ଷ ସେମିଷ୍ଟାର ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା।

ମନ୍ତ୍ରୀ ଡକ୍ଟର ସାହୁ ଦର୍ଶାଇଛନ୍ତି ଯେ, ୟୁଜିସି ପକ୍ଷରୁ ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକା ଏପ୍ରିଲ ୨୯ ତାରିଖରେ ଜାରି କରାଯାଇଥିବା ମାର୍ଗଦର୍ଶିକାର ବିରୁଦ୍ଧାଚରଣ କରୁଛି। ପୂର୍ବ ମାର୍ଗଦର୍ଶିକାରେ ରାଜ୍ୟ ସରକାରଙ୍କୁ କୋଭିଡ୍‌-୧୯ ସ୍ଥିତି ଅନୁଧ୍ୟାନ କରି ବିଶ୍ୱବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ନିଜେ ନିଷ୍ପତ୍ତି ନେଇପାରିବେ ବୋଲି ଉଲ୍ଲେଖ ରହିଥିଲା। ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ସମସ୍ତ କୁଳପତିମାନଙ୍କ ସହ ଆଲୋଚନା କରି ୟୁଜି ଏବଂ ପିଜି ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।

CGU newଛାତ୍ରଛାତ୍ରୀମାନଙ୍କର ପୂର୍ବ ସେମିଷ୍ଟାର ପରୀକ୍ଷାଗୁଡ଼ିକରେ ପାଇଥିବା ମାର୍କକୁ ଆଧାର କରି ଶେଷ ବର୍ଷ ଫଳ ପ୍ରକାଶ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା।

ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀମାନଙ୍କର କ୍ଲାସରୁମ୍‌ କିମ୍ବା ଅନଲାଇନ ପରୀକ୍ଷା କରିବା ସମ୍ଭବ ନୁହେଁ। ଏଣୁ ୟୁଜିସି ପକ୍ଷରୁ ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଲାଗୁ କରିବା ପାଇଁ ଡକ୍ଟର ସାହୁ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

Comment