ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନୀ ଆଦର୍ଶ ଓ ଆଚାର ସଂହତି ଉଲ୍ଲଙ୍ଘନ ମାମଲାରେ ଭୋପାଳ ଅଦାଲତ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ୱାରେଣ୍ଟ୍‌ ଜାରି କରିଛନ୍ତି।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ ଭୋପାଳରେ ଏକ ୱାରେଣ୍ଟ୍‌ ଜାରି କରାଯାଇଛି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନୀ ଆଦର୍ଶ ଓ ଆଚାର ସଂହତି ଉଲ୍ଲଙ୍ଘନ ମାମଲାରେ ଭୋପାଳ ଅଦାଲତ ଏହି ୱାରେଣ୍ଟ୍‌ ଜାରି କରିଛନ୍ତି।

ସମ୍ବିତ ପାତ୍ର ଅକ୍ଟୋବର ୨୭ରେ ଭୋପାଳର ଏମପି ନଗରର ବିଶାଲ ମେଗା ମାର୍ଟ ନିକଟରେ ବିନା ଅନୁମତିରେ ରାସ୍ତା ଅବରୋଧ କରି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏହା ନିର୍ବାଚନୀ ଆଦର୍ଶ ଓ ଆଚାର ସଂହତି ଉଲ୍ଲଙ୍ଘନ ଥିଲା।

ଏଥିପାଇଁ ଭୁବନେଶ୍ୱର ପ୍ରସାଦ ମିଶ୍ରଙ୍କ ପକ୍ଷରୁ ଆଡ୍‌ଭୋକେଟ ଯାବର ଖାନ୍‌ ଭୋପାଳ ଅଦାଲତରେ ସମ୍ବିତ ପାତ୍ର ଓ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଏସ୍‌ଏସ୍‌ ଉତ୍ପଳଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଏବଂ ପୋଲିସ ଅଧ୍ୟକ୍ଷକଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଥିଲା।

ଅଦାଲତ ସମ୍ବିତ ପାତ୍ର ଏବଂ ଏସ୍‌ଏସ୍‌ ଉତ୍ପଳଙ୍କ ବିରୁଦ୍ଧରେ କେସ୍ ରୁଜୁ କରି ଅନୁସନ୍ଧାନ ରିପୋର୍ଟ ଉପସ୍ଥାପନ କରିବା ପାଇଁ ଏମପି ନଗର ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ଠିକ୍‌ ସମୟରେ ଅଦାଲତରେ ହାଜର ନହେବାରୁ ସମ୍ବିତ ପାତ୍ରଙ୍କୁ ୱାରେଣ୍ଟ୍‌ ଜାରି କରିଛନ୍ତି ଭୋପାଳ କୋର୍ଟ।

LEAVE A REPLY

Please enter your comment!
Please enter your name here