ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ିଲା କେବୁଲ ଓ ଡିଟିଏଚ୍ ଉପଭୋକ୍ତାଙ୍କ ଚ୍ୟାନେଲ ଚୟନ ସମୟ ସୀମା। ଫେବ୍ରୁଆରୀ ୧ରୁ ନିଜ ପସନ୍ଦର ଚ୍ୟାନେଲ ଦେଖିପାରିବେ ଉପଭୋକ୍ତା। ସେହି ଚ୍ୟାନେଲଗୁଡ଼ିକ ପାଇଁ ଅର୍ଥ ଦେବାକୁ ପଡ଼ିବ। ପୂର୍ବରୁ ଚ୍ୟାନେଲ ଚୟନ ପାଇଁ ଡିସେମ୍ବର ୨୯ ଶେଷ ତାରିଖ ରଖାଯାଇଥିଲା। ଏହାକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ଚ୍ୟାନେଲ ଦର ନିର୍ଦ୍ଧାରଣ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ଏପରି ବ୍ୟବସ୍ଥା ଲାଗୁ କରାଯାଇଛି। ଏହା ଦ୍ୱାରା କେବୁଲ ଓ ଡିଟିଏଚ୍ ଅପରେଟରଙ୍କ ସହ ଉପଭୋକ୍ତା ମଧ୍ୟ ଉପକୃତ ହେବେ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି।
ପ୍ରତି ଚ୍ୟାନେଲ ଦର ୧ରୁ ୧୯ ଟଙ୍କା ମଧ୍ୟରେ ନିର୍ଦ୍ଧାରଣ କରାଯାଇଛି। ପେ-ଚ୍ୟାନେଲ କ୍ଷେତ୍ରରେ ଉପଭୋକ୍ତା ଯେଉଁ ଚ୍ୟାନେଲ ଦେଖିବେ, କେବଳ ସେହି ଚ୍ୟାନେଲ ପାଇଁ ପଇସା ଦେବେ। ଅପରେଟର ମାନେ ଗ୍ରାହକଙ୍କ ସୁବିଧା ପାଇଁ ପ୍ରତି ଚ୍ୟାନେଲର ଦର ପ୍ରଦର୍ଶିତ କରିବେ।

















