ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଙ୍କ ଅଫ ବରୋଦା ସହ ମିଶିଲା ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କ। କେନ୍ଦ୍ର କ୍ୟାବିନେଟର ମଞ୍ଜୁରି।

ବ୍ୟାଙ୍କ ଅଫ ବରୋଦାରେ ମିଶିଲେ ଆଉ ୨ ବ୍ୟାଙ୍କ। ବୁଧବାର ବ୍ୟାଙ୍କର ଏହି ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି। ବ୍ୟାଙ୍କ୍‌ ଅଫ ବରୋଦାରେ ମିଶିଲା ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କ। ଏହା ସହ ବ୍ୟାଙ୍କ୍‌ ଅଫ ବରୋଦା ହୋଇଛି ଭାରତରେ ତୃତୀୟ ବଡ଼ ପବ୍ଲିକ ସେକ୍ଟର ବ୍ୟାଙ୍କ। ଏପ୍ରିଲ୧ରୁ ଏହା କାର୍ଯ୍ୟକାରୀ ହେବ।

ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ଏଭଳି ୩ଟି ବ୍ୟାଙ୍କର ମିଶ୍ରଶ ହୋଇଛି।

ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କର କର୍ମଚାରୀମାନଙ୍କୁ ବ୍ୟାଙ୍କ ଅଫ ବରୋଦାକୁ ଟ୍ରାନ୍ସଫର କରାଯିବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି।

ସେପ୍ଟେମ୍ବର ୨୦୧୮ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କକୁ ବ୍ୟାଙ୍କ ଅଫ ବରୋଦାରେ ମିଶାଇବା ପାଇଁ ନିର୍ଣ୍ଣୟ ନେଇଥିଲେ। ବୁଧବାର କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏହାକୁ ମଞ୍ଜୁରି ମିଳିଛି।

Comment