ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଫେଲ୍ ଡିଲ୍ ସମ୍ପର୍କରେ ପ୍ରଶ୍ନ ପଚାରି ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି ରାହୁଲ ଗାନ୍ଧି।

ରାଫେଲ୍ ଡିଲ୍‌କୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ୍ ଡିଲ୍ ଉପରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି। ଫଳରେ ବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ମୁଲତବି କରିବାକୁ ପଡ଼ିଛି।

ଉପା ସରକାର ଅମଳରେ ହୋଇଥିବା ରାଫେଲ୍ ଡିଲ୍‌କୁ କାହିଁକି ବଦଳାଗଲା? ଏହାକୁ ବଦଳାଇବା ପାଇଁ ବାୟୁସେନା ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା କି? ଡିଲ୍‌ର ମୂଲ୍ୟ ତିନି ଗୁଣା କେମିତି ବଢ଼ିଲା? କାହିଁକି ‘ହାଲ’କୁ ଅଫ୍‌ସେଟ୍ ପାର୍ଟନର୍ କରାଗଲା ନାହିଁ? ପ୍ରଧାନମନ୍ତ୍ରୀଙ୍କ ବନ୍ଧୁ ଅନିଲ ଅମ୍ବାନୀଙ୍କୁ କାହିଁକି ଡିଲ୍‌ର ପାର୍ଟନର୍ କରାଗଲା?

ଲୋକସଭାରେ ଏମିତି ପ୍ରଶ୍ନ ପଚାରି ମୋଦି ସରକାରଙ୍କୁ କାଠଗଡ଼ାରେ ଆଜି ଛିଡ଼ା କରିଥିଲେ ରାହୁଲ।

ରାହୁଲ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଦେଢ଼ ଘଣ୍ଟା ଧରି ଏଏନଆଇକୁ ସାକ୍ଷାତ୍‌କାର ଦେଇଥିଲେ। ହେଲେ ରାଫେଲ୍ ଡିଲ୍ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ନଥିଲେ। ଏହାକୁ ମଧ୍ୟ ରାହୁଲ ଟାର୍ଗେଟ କରିଛନ୍ତି। ରାଫେଲ ଡିଲ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିଜର ମତ ରଖନ୍ତୁ ବୋଲି ରାହୁଲ ଦାବି କରିଛନ୍ତି।

Comment