ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋବାଇଲ ଫୋନର ଦାମ ୫୬ କୋଟି ଟଙ୍କା। କାନକୁ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ସତ। ବିଶ୍ୱର ସବୁଠୁ ମହଙ୍ଗା ଫୋନର ଦାମ ୫୬ କୋଟି ଟଙ୍କା। କିଛି କମ୍ପାନି ବି ସ୍ମାର୍ଟଫୋନ ପ୍ରସ୍ତୁତ କରିଛନ୍ତି, ଯାହାର ଦାମ୍ କୋଟିଏ ଟଙ୍କା ରହିଛି। ଆସନ୍ତୁ  ଜାଣିବା ସବୁଠୁ ମହଙ୍ଗା ଫୋନ୍ ବିଷୟରେ।

ଡାଇମଣ୍ଡ ରୋଜ୍ ଆଇଫୋନ୍

ଏହି ମହଙ୍ଗା ସ୍ମାର୍ଟଫୋନ୍ ନିର୍ମାଣ କରିଛି ଆପଲ। ମୋବାଇଲରେ ୫୫୦ ହୀରା ଲାଗିଛି। ଫୋନରେ ୩୨ ଜିବି ମେମୋରୀ ସହ ୮ ମେଗାପିକ୍ସଲ ପ୍ରାଇମେରୀ କ୍ୟାମେରା ରହିଛି। ଏହାଛଡ଼ା ଫୋନରେ ୨ ମେଗାପିକ୍ସଲର ସେକେଣ୍ଡାରୀ କ୍ୟାମେରା ଲାଗିଛି।

ଗୋଲ୍ଡ ଷ୍ଟିକର ଆଇଫୋନ୍ ୩ଜି ୩୨ ଜିବି

ଏହି ମୋବାଇଲର ମୂଲ୍ୟ ପାଖାପାଖି ୨୧ କୋଟି ଟଙ୍କା। ଗୋଲ୍ଡ ଷ୍ଟିକର ଆଇଫୋନ୍ ୩ଜି ୩୨ ଜିବି ୨୦୦୯ ମସିହାରେ ଆସିଥିଲା।

ଡାଇମଣ୍ଡ କ୍ରିପଟୋ

ଏହି ମୋବାଇଲର ଦାମ୍ ୮.୯୭ କୋଟି ଟଙ୍କା ରହିଛି। ଏହି ଫୋନରେ ୱିଣ୍ଡୋସ ସିଇ ଅପରେଟିଙ୍ଗ ସିଷ୍ଟମ ଏବଂ ମୋଟୋରୋଲା ଏମଏକ୍ସ୨୧ ପ୍ରୋସେସର ରହିଛି। ଫୋନରେ ୨.୨ ଇଞ୍ଚର ଡିସପ୍ଲେ ରହିଛି। ଏଥିରେ ୬୪ ଏମବି ଇଣ୍ଟରନାଲ ଷ୍ଟୋରେଜ ରହିଛି।

ଭିଆଇପିଏନ୍ ବ୍ଲାକ ଡାଇମଣ୍ଡ

ଏହି ଫୋନର ଦାମ ୨.୦୭ କୋଟି ଟଙ୍କା ରହିଛି। କମ୍ପାନି ଏହାର  କେବଳ ୫ ୟୁନିଟ୍  ତିଆରି କରିଥିଲା।

ଭରଚ୍ୟୁ ଆଷ୍ଟର ପି ଗୋଲ୍ଡ

ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୩.୭୯ ଲକ୍ଷ ଟଙ୍କା। ଏହାର ଗୋଲ୍ଡ ପ୍ଲେଟେଡ୍ ମଡେଲର ଦାମ ୧୦.୪ ଲକ୍ଷ ଟଙ୍କା।

ସିରିନ ସୋଲାରିନ

ଏହି ଫୋନର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି। ଆଣ୍ଡ୍ରଏଡ୍ ଲଲିପପ୍ ଅପରେଟିଙ୍ଗ ସିଷ୍ଟମରେ ଫୋନ୍ ଚାଲିଥାଏ।

ଗୋଲ୍ଡୱିସ୍ ଏକଲିପ୍ସ

ଗୋଲ୍ଡୱିସ୍ ଏକଲିପ୍ସ ଫୋନର ମୂଲ୍ୟ ୫.୫ ଲକ୍ଷ ଟଙ୍କା ରହିଛି। ଏହି ଫୋନରେ ୱେଲକମ୍ ସ୍ନାପଡ୍ରାଗନ ପ୍ରୋସେସର ରହିବା ସହିତ ଆଣ୍ଡ୍ରଏଡରେ ଚାଲିଥାଏ।

Comment