ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଙ୍କଡ଼ ସହ ଯୌନ ଉତ୍ପୀଡନ ଅଭିଯୋଗରେ ମହିଳାଙ୍କୁ ୩ ବର୍ଷ ଜେଲ। ଘଟଣାଟି ଘଟିଛି ଇଜିପ୍ଟରେ। ଭିଡିଓଟି ଭାଇରାଲ ହେବା ପରେ ମହିଳାଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ମହିଳାଙ୍କ ନାଁ ବସମା ଅହମ୍ମଦ। ସର୍ବସାଧାରଣରେ ମହିଳା ଜଣକ ଅଶ୍ଳୀଳତା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଇଜିପ୍ଟର ଏକ ଅଦାଲତ ଏହି ୨୫ ବର୍ଷୀୟା ମହିଳାଙ୍କ ବିରୋଧରେ ରାୟ ଶୁଣାଇଛନ୍ତି।

୯୦ ସେକେଣ୍ଡର ଏହି ଭାଇରାଲ ଭିଡିଓରେ, ମହିଳା ଜଣଙ୍କ ମାଙ୍କଡର ସମ୍ବେଦନଶୀଳ ଅଙ୍ଗ ଛୁଇଁବା ସହ ହସୁଥିବାର ଦେଖିବାକୁ ମିଳିଛି। କୋର୍ଟରେ ମହିଳା ନିଜ ଦୋଷ ସ୍ୱୀକାର କରିବା ସହ ଜାଣିଶୁଣି ଏଭଳି କରିନଥିବା ମାନିଛନ୍ତି। ଏହାଛଡା ମୋ ବନ୍ଧୁ ମୋତେ ନଜଣାଇ ମୋ ଅଜଣାତରେ ଭିଡିଓଟି ଇଣ୍ଟରନେଟ୍ ଅପଲୋଡ୍ କରିଥିବା ମହିଳା ଜଣଙ୍କ କୋର୍ଟଙ୍କୁ କହିଛନ୍ତି।

ପ୍ରଥମେ ଏହି ମାମଲାରେ ମହିଳାଙ୍କୁ  ୪ ଦିନ ପାଇଁ ପୁଲିସ ନିଜ ହେପାଜତରେ ରଖିଥିଲା। ପରେ ୧୫ ଦିନ ପାଇଁ ବୃଦ୍ଧି କରିଥିଲା। ଅନ୍ୟପଟେ ତଦନ୍ତକାରୀ ଅଫିସର କହିଛନ୍ତି, ମହିଳା ଜଣଙ୍କ ପ୍ରଥମ ଥର ପାଇଁ ଏଭଳି ଭୁଲ କରିନାହାନ୍ତି, ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିବାର ଅଭିଯୋଗ ରହିଛି।

ଏବେ ମହିଳାଙ୍କୁ ୩ ବର୍ଷ ଜେଲ ହେବା ପରେ ଏହାକୁ ନେଇ ବାକ୍ ବିତଣ୍ଡା ଆରମ୍ଭ ହୋଇଛି। ଲୋକେ ଇଜିପ୍ଟ ସାମାଜିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ବହୁତ ଲୋକ ନାନା ପ୍ରଶ୍ନ କରୁଛନ୍ତି। ମାଙ୍କଡ଼ ବିରୋଧରେ ଅପରାଧ ପାଇଁ ମହିଳାଙ୍କୁ ସଜ୍ଜା ଦେଉଥିବା ଦେଶ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କାହିଁକି ନ୍ୟାୟ ଦେଇପାରୁନି ବୋଲି ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here