ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ସାମ୍ନାରେ ଜଣେ ମହିଳା ଆତ୍ମାହୁତି କରିବାକୁ ଉଦ୍ୟମ କରିଛନ୍ତି। ନିଜ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ମହିଳଳାଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି।

ମହିଳା ଜଣକ ଜଣକ ଉଦଳା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନ୍‌ଙ୍କ ନାଁରେ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶ୍ରୀନାଥ ସୋରେନ୍‌ ତାଙ୍କ ଇଜ୍ଜତ ସହ ଖେଳିଥିବା ଅଭିଯୋଗ କରିଛନ୍ତି ସେ। ନ୍ୟାୟ ନମିଳିବାରୁ ବୁଧବାର ମହିଳା ଜଣଙ୍କ ଆତ୍ମାହୁତି କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।

ଉକ୍ତ ମହିଳା ଜଣଙ୍କ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି।

Comment