ଓଡ଼ିଶାଲାଇଭ୍ ବ୍ୟୁରୋ

ସମୟ ବଦଳିଛି ଯୁଗ ବଦଳିଛି ତାହା ସହ ମଣିଷର ଚିନ୍ତାଧାରା ବି ବଦଳିଛି। କୌଣସି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳା ମାନେ ପଛରେ ନାହାନ୍ତି, ଯାହା ପୁଅ କରିପାରିବେ ସେ ସବୁ କାମ ଝିଅ ବି କରିପାରିବେ, ଏ ଚିନ୍ତାଧାର ଏବେ ସମସ୍ତଙ୍କ ମୁହଁରେ। ଏ ନେଇ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ସଚେତନତା ସୃଷ୍ଟି କରାଯାଉଛି।

ନିକଟରେ ଏ ନେଇ ଏକ ସର୍ଭେ କରାଯାଇଥିଲା। ଯାହାର ପ୍ରସଙ୍ଗ ଥିଲା ମହିଳା ମାନେ ଘରେ ନାଁ ଅଫିସରେ କେଉଁଠି ଅଧିକ ଖୁସି ଥାଆନ୍ତି। ପେନ୍‌ ଷ୍ଟେଟ ୟୁନିର୍ଭରସିଟି ତରଫରୁ ଏନେଇ ସର୍ଭେ କରାଯାଇଥିଲେ।

ଗୋଟିଏ ସପ୍ତାହ ଧରି ଏହି ସର୍ଭେ କରାଯାଇଥିଲା। ଯେଉଁଥିରେ ୧୨୨ଜଣ ମହିଳାଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କର କର୍ଟିସଲ(ଏକ ପ୍ରକାରର ଟ୍ରେସ ହରମୋନ)ଙ୍କୁ ନିଆଯାଇଥିଲା। ଏହାକୁ ନେଇ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ଜଣାପଡ଼ିଥିଲା କି ମହିଳା ମାନେ ଘର ତୁଳନାର ଅଫିସରେ ଅଧିକ ଖୁସି ରହିଥାନ୍ତି।

ଚାକିରିକୁ ନେଇ ଖୁସି ରହିଥାନ୍ତି ମହିଳା ଯାହା ତାଙ୍କ ଶରୀର ଉପରେ ମଧ୍ୟ ପଡ଼ିଥାଏ।

ଷ୍ଟଡିରେ ଏହା ବି କୁହାଯାଇଛି କି ଯେଉଁ ମହିଳା ଚାକିରି କରୁଛନ୍ତି ଓ ସେମାନଙ୍କର ସନ୍ତାନ ଅଛି ସେମାନେ ମାନସିକ ସ୍ତରରେ ସନ୍ତାନ ନଥିବା ମହିଳାଙ୍କ ତୁଳନାରେ ଅଧିକ ମାନସିକ ଶାନ୍ତିରେ ରହିଥାନ୍ତି। କାରଣ ସନ୍ତାନ ଦ୍ୱାରା ମହିଳା ମାନେ ଅଫିସର ଓ ଘରେ ଦୁଇଟି ସ୍ଥାନରେ ଖୁସିରେ ରହିଥାନ୍ତି।

ଷ୍ଟଡି ଅନୁସାରେ ମହିଳା ମାନଙ୍କୁ ଘରେ ଅନେକ ଗୁଡ଼ିଏ କାମ କରିବାକୁ ପଡ଼ିଥାଏ ସେହି ତୁଳନାରେ ଅଫିସରେ ସେମାନଙ୍କୁ ଗୋଟିଏ ଜାଗାରେ ଗୋଟିଏ ପ୍ରକାର କାମ କରିବାକୁ ପଡ଼ିଥାଏ ଯେଉଁଥିପାଇଁ ସେମାନେ ଅଧିକ ଟ୍ରେସ ନିଅନ୍ତି ନାହିଁ।

ତେବେ ଏ ସବୁ ତଥ୍ୟ ଆମେ ସମସ୍ତ ମହିଳାଙ୍କ କ୍ଷେତ୍ରରେ ଲାଗୁ ବୋଲି କହିପାରିବା ନାହିଁ। କାରଣ ଉପରୋକ୍ତ ତଥ୍ୟ ଏକ ନିର୍ଦ୍ଦିଷ୍ଟ ଗ୍ରୁପର ମହିଳାଙ୍କୁ ନେଇ କରାଯାଇଛି।

Comment