ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିର ଗସ୍ତ କରି ଅନେକ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହାପରେ ମୋଦି ପଥରଚେପାରେ ଅନୁଷ୍ଠିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ପ୍ରଥମେ ସମସ୍ତଙ୍କୁ ଜୁହାର ଜଣାଇଥିଲେ। ଏହା ସହିତ ସେ ଓଡ଼ିଶାର ମହାପୁରୁଷଙ୍କୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,”ଓଡ଼ିଶାବାସୀଙ୍କ ଭଲପାଇବା ଯୋଗୁଁ ମୁଁ ୩ସପ୍ତାହରେ ୩ଥର ଓଡ଼ିଶା ଆସିଛି। ଓଡ଼ିଶାର ମନ୍ଦିର ସଭ୍ୟତା, ଅସ୍ମିତାର ପରିଚୟ। ମନ୍ଦିରର ବିକାଶ ଲାଗି ବିପେଜି ସରକାର ସର୍ବଦା ପ୍ରତିଶୃଦ୍ଧିବନ୍ଧ। ସାଂସ୍କୃତିକ ପୀଠର ଉନ୍ନତିକୁ ଗୁରୁତ୍ୱ ଦେଉଛି କେନ୍ଦ୍ର।”

ଏହା ସହିତ ପର୍ଯ୍ୟଟନର ସମ୍ଭାବନା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ନକ୍ସଲ ଗୁଳିରେ ପ୍ରାଣ ହରାଇଥିବା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ମୋଦି ଆହୁରି କହିଛନ୍ତି,”କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟରେ ରୋଜଗାର ସୃଷ୍ଟି କରିବ। ଆଦିବାସୀଙ୍କ ବିକାଶ ଲାଗି କେନ୍ଦ୍ର ୪ ହଜାର କୋଟି ଦେଇଛି। ହେଲେ ରାଜ୍ୟ ସରକାର ଏହି ଟଙ୍କାକୁ ଖର୍ଚ୍ଚ କରିପାରୁନାହାନ୍ତି। ନିର୍ବାଚନ ଯିବ ଆସିବ ଲୋକଙ୍କ ସମସ୍ୟା ଦୂର କର। ଗତ ୪ ବର୍ଷରେ ୬ କୋଟିରୁ ଅଧିକ ଜାଲ୍‌ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଜାଲ୍‌ ଦସ୍ତାବିଜ୍‌ରେ ହେଉଥିବା ଲୁଟକୁ ରୋକାଯାଇ ପାରିଛି। ଦେଶର ୧୦୦ ପ୍ରତିଶତ ରାସନ କାର୍ଡର ଡିଜିଟାଲାଇଜେସନ ହୋଇଛି। ଜାଲ ରାସନକାର୍ଡ ଚିହ୍ନଟ ପରେ ୯୦ହଜାର କୋଟି ଟଙ୍କା ବଞ୍ଚିଛି। ଲୁଟେରାଙ୍କ ରାସ୍ତା ରୋକିବାରୁ ସେମାନେ ମତେ ଟାର୍ଗେଟ କରୁଛନ୍ତି।”

LEAVE A REPLY

Please enter your comment!
Please enter your name here