ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ୟାଶନ ଦୁନିଆରେ କେତେବେଳେ କେଉଁ ଡିଜାଇନ ମାର୍କେଟକୁ ଆସୁଛି ତାହା କେହି କେବେ କଳ୍ପନା କରିପାରିବେନି। ଏବେ ନୂଆ ଡିଜାଇନର ଜିନ୍ସ ମାର୍କେଟକୁ ଆସିଛି, ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି।

ଅନଲାଇନ ରିଟେଲର କମ୍ପାନି ‘ବୋହୋ’ ନୂଆ ଡିଜାଇନର ଜିନ୍ସ ଲଞ୍ଚ୍ କରିଛି। ଏହାକୁ ଦେଖିଲେ ‘ଓଲଟା’ ଭଳି ଦେଖାଯାଉଛି।

ଯଦି ଗ୍ରାହକ ଏହାକୁ ଭୁଲରେ ଓଲଟା ପିନ୍ଧି ଦେଇଥିବାର ଭାବୁଥିବେ ତାହା ଭୁଲ୍। କାରଣ ଏଭଳି ନୂଆ ଟ୍ରେଣ୍ଡର ଓଲଟା ଜିନ୍ସ ମାର୍କେଟକୁ ଆସିଛି।  ଦୋକାନୀମାନେ ଏହାକୁ ‘ମିଡ୍ ରାଇଜ ରିଭର୍ସ ଜିନ୍ସ’ ନାଁ ଦେଇଛନ୍ତି। ଏହାର ଦାମ ରହିଛି ମାତ୍ର ୧୫୦୦ ଟଙ୍କା।

ଜିନ୍ସର ଷ୍ଟିଚିଙ୍ଗ ସମ୍ପୂର୍ଣ୍ଣ ଭାବେ ଦେଖାଯାଉଥିବା ବେଳେ ଭିତର ପକେଟ୍ ବି ବାହାରେ ରହିଛି। ଏଭଳି ଦେଖିଲେ ଜଣାପଡ଼ୁଛି କେହି ତରତରରେ କି ଅନ୍ଧାରରେ ଓଲଟା ଜିନ୍ସ ପିନ୍ଧି ଦେଇଛି। ସୋସିଆଲ ମିଡିଆରେ ନୂଆ ଟ୍ରେଣ୍ଡର ଜିନ୍ସକୁ ନେଇ ଖୁବ ମଜାକ ଉଡ଼ିବାରେ ଲାଗିଛି।

Comment