ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ କାଶ୍ମୀର: ଲଦାଖର ଖାରଡୁଙ୍ଗ ନିକଟରେ ହିମସ୍ଖଳନ ହୋଇଛି। ଯାହା ତଳେ ବହୁ ଗାଡ଼ି ସମେତ ଲୋକ ପୋତି ହୋଇଯାଇଛନ୍ତି। ଏହି ଗାଡ଼ିମାନଙ୍କରେ ୧୦ ଜଣ ଲୋକ ଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। କିନ୍ତୁ ୭ ଜଣ ଲୋକ ଏବେବି ନିଖୋଜ ଅଛନ୍ତି।
ଏହି ଖବର ପାଇବା ପରେ ଭାରତୀୟ ସେନା ଏବଂ ଜାମ୍ମୁ-କାଶ୍ମୀର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି କରିଛନ୍ତି। ଯେହେତୁ ପାଗ କ୍ଷଣିକ କ୍ଷଣି ବଦଳୁଥିବାରୁ ସର୍ଚ୍ଚ ଅପରେସନ୍ରେ ସେନାମାନଙ୍କୁ ଅସୁବିଧାର ସମ୍ମୁଖୀନ ପଡ଼ୁଛି।
ଲଦାଖ ସମେତ ପୂରା ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଲଗାତାର ବରଫ ଝଡ଼ ଲାଗି ରହିଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଶୁକ୍ରବାର ପାଖାପାଖି ୭ଟାରେ ଲଦାଖର ଖାରଡୁଙ୍ଗ ସଡ଼କରେ ବରଫର ପାହାଡ଼ ଖସି ପଡ଼ିଥିଲା। ବରଫର ଝଡ଼ ଏତେ ମାତ୍ରାରେ ଥିଲା ସେ ବରଫ ପାହାଡ଼ ଖସି ପଡ଼ିଲା। ପାହାଡ଼ର ଉଚ୍ଚତା ପ୍ରାୟ ୧୭,୫୦୦ ଫୁଟ। ଯାହା ତଳେ ବହୁ ପର୍ଯ୍ୟଟକ ଆସିଗଲେ।
ଜାନୁଆରୀ ୧୯ରୁ ୨୩ ଯାଏଁ କାଶ୍ମୀର ନିକଟରେ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।