ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡ଼ାସ୍ଥିତ ମା’ ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ବିଗ୍ରହ ଚୋରି ହୋଇଯାଇଛି। ମନ୍ଦିରର କବାଟ ଭାଙ୍ଗି ଏହି ଚୋରି କରାଯାଇଛି। ଗୁରୁବାର ରାତି କିଛି ଦୁର୍ବୃତ୍ତ ମନ୍ଦିରରେ ପଶି ମା’ଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳୁ ପୂଜାର୍ଚ୍ଚନା ପାଇଁ ଆସିଥିବା ବ୍ରାହ୍ମଣ ମା’ଙ୍କ ମୂର୍ତ୍ତି ଚୋରି ହୋଇଥିବା ଜାଣି ଗାଁ ଲୋକଙ୍କୁ ଅବଗତ କରିଥିଲେ। ପରେ ଗାଁ ଲୋକ ପୋଲିସ୍‌ରେ ଅଭିଯୋଗ କରିଥିଲେ।

ପ୍ରାୟ ୨୦୦ ବର୍ଷର ପୂରାତନ ମାଣିକେଶ୍ୱରୀଙ୍କ ମନ୍ଦିରର ଏହି ପିତଳ ମୂର୍ତ୍ତିଚୋରି ହୋଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗ ପାଇବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଏହି ମାଣିକେଶ୍ୱରୀ ମନ୍ଦିର ବହୁ ପୁରୁଣା ମନ୍ଦିର। ରାଜାରାଜୁଡ଼ା ଅମଳରୁ ଏହି ମନ୍ଦିର ରହିଛି।

Comment