ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରମାଣୁ ପରୀକ୍ଷଣ ଏବଂ ଧ୍ୱଂସ ଧମକ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉଙ୍ଗ ଏବେ ପୁଣି ଚର୍ଚ୍ଚାରେ। ଦୀର୍ଘଦିନ ଧରି ଦେଶରେ ଗରିବୀ ଏବଂ ଅନାହାର ସମସ୍ୟା ଲାଗି ରହିଥିବାରୁ ନୂଆ ଫ୍ୟାଶନ ପ୍ରଡକ୍ଟ ଲଞ୍ଚ କରିଛନ୍ତି କିମ୍ ଜୋଙ୍ଗ। ସବୁଠୁ ମହତ୍ୱପୂର୍ଣ୍ଣ କଥା ହେଉଛି, ଭୋକ ଲାଗିଲେ ଏହି କପଡ଼ାକୁ ବି ଲୋକେ ଖାଇପାରିବେ। ଏହି କପଡ଼ା କିମ୍ କ୍ଲଥିଙ୍ଗ ରିସର୍ଚ ସେଣ୍ଟରରେ ତିଆରି ହୋଇଛି। ଏଥିରେ ଫେବ୍ରିକ ପ୍ରୋଟିନ୍, ଆମିନୋ ଏସିଡ୍, ଫ୍ରୁଟ୍ ଜୁସ୍, ଆଇରନ୍ ଏବଂ କ୍ୟାଲସିୟମ ରହିଛି ।ଏହା ପୌଷ୍ଟିକ ହେବା ସହ ସ୍ୱାଦିଷ୍ଟ ମଧ୍ୟ।

କିମ୍ ଜୋଙ୍ଗ ଏହି କପଡାକୁ ଲଞ୍ଚ କରିଛନ୍ତି, ଏଥିରେ ପୁରୁଷଙ୍କ ପାଇଁ ଜ୍ୟାକେଟ୍ ଥିବାବେଳେ ମହିଳାଙ୍କ ପାଇଁ ଭଲ ଭଲ ଡିଜାଇନର କପଡ଼ା ରହିଛି। କିମ୍ ଲଞ୍ଚ କରିଥିବା କପଡ଼ାକୁ ସ୍ମାର୍ଟ ପୋଷାକ କୁହାଯାଉଛି। ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ସହ ଭୋକ ସମୟରେ ଏହି କପଡ଼ାକୁ ଖାଇ ବଞ୍ଚି ପାରିବେ।

କିମ୍ ଲଞ୍ଚ କରିଥିବା ବ୍ୟାଗ୍ ପୁରୁଷଙ୍କ କ୍ଷେତ୍ରରେ ବେଶ୍ ଲୋକପ୍ରିୟ ହୋଇପାରିଛି। ମହିଳାଙ୍କ ପାଇଁ ଥିବା ଡ୍ରେସଗୁଡ଼ିକ ପୁରୁଣା ଟ୍ରେଣ୍ଡର କୁହାଯାଉଛି। ଚୀନ ଲୋକେ ୧୯୯୦ ମସିହାରେ ଏହି ଫ୍ୟାଶନ ଚାଲୁଥିବା କହୁଥିବାବେଳେ ଉତ୍ତର କୋରିଆ ଲୋକେ ଏହାକୁ ଆଧୁନିକ ଫ୍ୟାଶନ କହୁଛନ୍ତି। କପଡ଼ା ଗୁଡ଼ିକର କ୍ୟାଟଲଗ୍ ମଧ୍ୟ ଭଲ ଭଲ ଡିଜାଇନରେ କରାଯାଇଛି।

Comment