ଓଡ଼ିଶାଲାଇଭ୍ ବ୍ୟୁରୋ

ମହାତ୍ମା ଗାନ୍ଧିଙ୍କ ୭୧ତମ ମୃତ୍ୟୁ ବାର୍ଷିକୀରେ ଦେଶବ୍ୟାପି ସହିଦ ଦିବସ ପାଳିତ ହେଉଛି।

ଜାନୁଆରି ୩୦,ବୁଧବାର ମହାତ୍ମା ଗାନ୍ଧିଙ୍କ ୭୧ତମ ପୁଣ୍ୟତିଥି। ଏହି ଅବସରରେ ଦେଶବ୍ୟାପି ସହିଦ ଦିବସ ପାଳିତ ହେଉଛି। ଦେଶକୁ ସ୍ଵାଧିନତା ଦେବା ପାଇଁ ଯେଉଁ ମହାପୁରୁଷ ତାଙ୍କ ଜୀବନ ଉର୍ତ୍ସଗ କରିଛନ୍ତି ସେହିମାନଙ୍କ ଉଦ୍ଦେଶ୍ୟରେ ଆଜିର ଦିବସ ପାଳନ ହେଉଛି। ୧୯୪୮ ମସିହା ଆଜିର ଦିନରେ ଜାତିର ପିତା ବାପୁଜୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ବିରଲା ହାଉସରେ ବାପୁଜୀ ସନ୍ଧ୍ୟା ସମୟରେ ପ୍ରାର୍ଥନା କରୁଥିବା ସମୟରେ ନାଥୁରାମ ଗଡସେ ତାଙ୍କୁ ଗୁଳି କରିଥିଲେ।

ସହିଦ ଦିବସ ଓ ବାପୁଜୀଙ୍କ ପୁଣ୍ୟତିଥିରେ କେତେକ ରାଜନେତା ସୋସିଆଲ ମିଡିଆରେ ବାପୁଜୀଙ୍କୁ ସ୍ମରଣ କରିଛନ୍ତି। ରାଷ୍ଟପ୍ରତି ରାମନାଥ କୋବିନ୍ଦ ସହିଦ ଦିବସରେ ବାପୁଜୀଙ୍କୁ ସ୍ମରଣ କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ସହିଦ ଦିବସରେ ମହାତ୍ମା ଗାନ୍ଧି ଓ ସେହି ଅଗଣିତ ସ୍ଵାଧିନତା ସଂଗ୍ରାମୀଙ୍କୁ କୃତଜ୍ଞତାର ସହ ସ୍ମରଣ କରୁଛୁ ଯେଉଁମାନେ ଦେଶ ପାଇଁ ସର୍ବସ୍ଵ ତ୍ୟାଗ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟୁଇଟ କରି ବାପୁଜୀଙ୍କ ସ୍ମରଣ କରିଛନ୍ତି।

Comment