ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯-୨୦ ବଜେଟ ହାଇଲାଇଟ୍ସ

୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ଆଜି ସଂସଦରେ ୨୭ ଲକ୍ଷ ୮୪ ହଜାର ୨୦୦ କୋଟିର ବଜେଟ ଘୋଷଣା କରିଛନ୍ତି। ଗତବର୍ଷ ତୁଳନାରେ ଏହା ୧୩ ପ୍ରତିଶତ ଅଧିକ। ଏହି ବଜେଟ ରାଶି ଭିତରେ ମୋଦି ସରକାର କୃଷକ, କରଦାତା, ଶ୍ରମିକଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହାଛଡ଼ା ଅନ୍ୟାନ୍ୟ ସେକ୍ଟର ପାଇଁ ମଧ୍ୟ ଅର୍ଥରାଶି ଘୋଷଣା କରିଛନ୍ତି ପୀୟୁଷ ଗୋୟଲ।

  • ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ
  • “ସିନେମା ଉପରେ ଜିଏସଟି କମିଛି”
  • “ସିନେମା ହଲରେ ଦର୍ଶକଙ୍କ ସଂଖ୍ୟା ବଢିଛି”
  • “ଟିକସ ଆଦାୟରେ ଅଦ୍ଭୁତ୍ତପୂର୍ବ ବୃଦ୍ଧି ହୋଇଛି”
  • “୧୨ଲକ୍ଷ କୋଟି ଟ୍ୟାକ୍ସ ଜମା ହୋଇଛି”

  • “ବିମୁଦ୍ରାକରଣ ପରେ ୧କୋଟି ନୂତନ କରଦାତା ଟ୍ୟାକ୍ସ ଜମା କରିଛନ୍ତି”
  • “୩.୩୮ବେନାମୀ କମ୍ପାନିଙ୍କ ରେଜିଷ୍ଟ୍ରେସନ୍‌କୁ ରଦ୍ଦ କରାଯାଇଛି”
  • “ବିମୁଦ୍ରୀକରଣ ପରେ ଏକ ଲକ୍ଷ ୩୬ହଜାର କୋଟି ଟଙ୍କା ମିଳିଛି”
  • “ମାସିକ ଜିଏସଟି ଆଦାୟ ଏକ ଲକ୍ଷ ଟଙ୍କା ଛୁଇଁବ”
  • “ସାରା ବିଶ୍ୱରେ ଭାରତରେ ମୋବାଇଲ ଡାଟା ସବୁଠୁ ଶସ୍ତା”

  • କରଦାତାଙ୍କ ଲାଗି ବଜେଟରେ ବଡ଼ ଘୋଷଣା

  • ୫ଲକ୍ଷ ଯାଏଁ ବ୍ୟକ୍ତିଗତ କର ଛାଡ କଲେ ଅର୍ଥମନ୍ତ୍ରୀ

  • କରଦାତାଙ୍କ ଲାଗି ବଡ ଆଶ୍ୱସ୍ତି

  • ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ
  • “ରେଳବାଇକୁ ସବୁଠୁ ଅଧିକ ସୁରକ୍ଷିତ କରାଯାଇଛି”

  • “ଜଗୁଆଳିବିହୀନ ଫାଟକକୁ ଶତ ପ୍ରତିଶତ ବନ୍ଦ କରାଯାଇଛି”
  • “ବର୍ତ୍ତମାନ ଦେଶରେ ୧୦୦ରୁ ଅଧିକ ବିମାନ ବନ୍ଦର କାର୍ଯ୍ୟକ୍ଷମ”
  • “ରାଜପଥ ନିର୍ମାଣରେ ଭାରତ ସାରା ବିଶ୍ୱରେ ୧ନମ୍ବର”
  • “ପ୍ରତିଦିନ ୨୭କିମି ନୂଆ ରାଜପଥ ନିର୍ମାଣ କରାଯାଉଛି”
  • “ଗତ ୫ବର୍ଷରେ ମୋବାଇଲ ବ୍ୟବହାର ୫୦ଗୁଣ ବଢିଛି”
  • “ଟିକସ ଆଦାୟରେ ବୃଦ୍ଧି ହୋଇଛି”

  • “ଟିକସ ଆଦାୟ ୬ଲକ୍ଷ ୩୮ହଜାର କୋଟିରୁ ୧୨ଲକ୍ଷ କୋଟିକୁ ବୃଦ୍ଧି”
  • “୯୯.୫୪ପ୍ରତିଶତ ଟ୍ୟାକ୍ସ ରିଟର୍ଣ୍ଣକୁ ମଞ୍ଜୁରି ମିଳିଛି”
  • “ଇଏସଆଇ ୨୧ରୁ ୨୫କୁ ବୃଦ୍ଧି”

  • “ଏଥର ହିତାଧକାରୀ ପାଇ ପାରିବେ ଇଏସଆଇ ସୁବିଧା”
  • “ପ୍ରତିରକ୍ଷା ବଜେଟ ୩ଲକ୍ଷ କୋଟିକୁ ବୃଦ୍ଧି”
  • “OROP ପାଇଁ ୩୫ ହଜାର କୋଟି ମଞ୍ଜୁର”

  • “ଉଡାନ ଯୋଜନାରେ ଅନେକ ଲୋକ ଉପକୃତ”
  • “ଉଡାନ ଯୋଜନା ଲାଗି ସାଧାରଣ ଲୋକ ବିମାନରେ ଯାତ୍ରା କରିପାରୁଛନ୍ତି”
  • “ରାଜପଥ ନିର୍ମାଣରେ ଭାରତ ସାରା ବିଶ୍ୱରେ ୧ ନମ୍ବର”

  • “ଗୋମାତା ଗଠନ ଲାଗି ଆରମ୍ଭ ହେଲା କାମ ଧେନୁ ଆୟୋଗ”
  • “ରାଷ୍ଟ୍ରୀୟ ଗୋକୁଳ ମିଶନ ପାଇଁ ୭୫୦ କୋଟି”
  • “ଉଭୟ ସଙ୍ଗଠିତ ଓ ଅସଙ୍ଗଠିତ ଶ୍ରମିକଙ୍କ ପାଇଁ ପେନସନ୍ ଯୋଜନା”
  • “ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା”
  • “ମାସକୁ ମିଳିବ ୩୦୦୦ପର୍ଯ୍ୟନ୍ତ ପେନସନ୍‌”
  • ବଜେଟରେ କୃଷକଙ୍କ ଲାଗି ବଡ଼ ଘୋଷଣା
  • “ସୌଭାଗ୍ୟ ଯୋଜନାରେ ସମସ୍ତଙ୍କୁ ମାଗଣା ବିଜୁଳି ମିଳିଛି”
  • “ଗ୍ରାମୀଣ ରାସ୍ତା ନିର୍ମାଣ ଦୁଇ ଗୁଣ ହୋଇଛି”
  • ବଜେଟରେ ଶ୍ରମିକଙ୍କ ଲାଗି ବଡ଼ ଘୋଷଣା

  • “ଚାଷୀଙ୍କ ଲାଗି ନୂଆ ଯୋଜନା’ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ ”
  • “ଶ୍ରମିକଙ୍କ ପାଇଁ ଶ୍ରମିକ ମାନ ଧନ ଯୋଜନା”
  •  “୨ହେକ୍ଟର ଜମି ଥିବା ଚାଷୀଙ୍କୁ ମିଳିବ ୬ ହଜାର ଟଙ୍କା”
  • “ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଲଖ ଏ ଟଙ୍କା ପ୍ରଦାନ କରାଯିବ”
  • “ଉପକୃତ ହେବେ ୧୨ କୋଟି କୃଷକ’’
  • “ଡିସେମ୍ବର ୧ରୁ ପିଛିଲା ଭାବେ ଯୋଜନା ଲାଗୁ ହେବ, କୃଷକଙ୍କୁ ମିଳିବ ଟଙ୍କା”
  • “ଯୋଜନାରେ ବାର୍ଷିକ ୭୫ହଜାର କୋଟିଙ୍କା ଖର୍ଚ୍ଚ ହେବ”
  • “୫୦ଲକ୍ଷ ଲୋକଙ୍କ ସୁବିଧା ଲାଗି ଆୟୁଷ୍ମାନ ଭାରତ ଆରମ୍ଭ”
  •  “୫ ବର୍ଷରେ ୧୩୯ ଡଲାର ବିଦେଶୀ ପୁଞ୍ଜି ନିବେଶ ହୋଇଛି”
  • “ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଲାଗି ୧୯ହଜାର କୋଟି ବ୍ୟୟବରାଦ”
  • “୫.୪୫ଲକ୍ଷ ବାହ୍ୟ ମଳ ମୁକ୍ତ କରାଯାଇଛି”
  • “ଗରିବ ଓ ମଧ୍ୟମ ବର୍ଗକୁ ୧୪୩କୋଟି ଏଲିଡି ବଲବ୍‌ ଦିଆଯାଇଛି”
  • “ବ୍ୟାଙ୍କରେ ଋଣ ପରିଶୋଧ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରାଯିବ”
  • “୨୦୧୪ ପରଠୁ ୧୦ଟି ନୂଆ ଏମସ୍‌ ପ୍ରତିଷ୍ଠା ହୋଇଛି”
  • “ଗ୍ରାମୀଣ ରାସ୍ତା ନିର୍ମାଣ ଦୁଇ ଗୁଣ ହୋଇଛି”
  • “ଦେଶରେ ୨୧ଟି ଏମସ୍‌ କାର୍ଯକାରୀ ହୋଇଛି”
  • ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ
  • ଆଗତ ହେଲା ଅନ୍ତରୀଣ ବଜେଟ
  • “ଗାଁରେ ସହରର ଭଳି ସୁବିଧା ମିଳିବ”
  • “ସ୍ୱଛ ଭାରତ ଅଭିଯାନକୁ ସଫଳ କରିବା ଲାଗି ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି”
  • “କୃଷକଙ୍କ ଆୟ ଦୁଇ ଗୁଣ ହେବ”
  • “୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ମିଳିବ”
  • “ସମସ୍ତଙ୍କୁ ଖାଦ୍ୟ ମିଳିବ, କେହି ଭୋକିଲା ରହିବେ ନାହିଁ”
  • ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ
  • “ଆମେ ଗର୍ବର ସହ କହିପାରିବ ଭାରତ ଟ୍ରାକକୁ ଫେରିଛି”
  • “ଭାରତ ବିଶ୍ୱର ଶ୍ରେଷ୍ଠ ଷଷ୍ଠ ଆର୍ଥିକ ସମୃଦ୍ଧ ଦେଶ”
  • “ଆର୍ଥିକ କ୍ଷେତ୍ରରେ ଭାରତ ବିରାଟ ଶକ୍ତି ଭାବେ ଉଭା ହୋଇଛି”
  • “ବିତ୍ତୀୟ ନିଅଣ୍ଟ ୨୦୧୭-୧୮ରେ ୩.୮ ପ୍ରତିଶତ ହ୍ରାସ ପାଇଛି”
  • “ବ୍ୟାଙ୍କିଂ ବ୍ୟବସ୍ଥାରେ ସୁଧାର ଆସିବ
  • ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ
  • ଆର୍ଥିକ ବର୍ଷ ୨୦୧୯-୨୦ ଲାଗି ଅନ୍ତରୀଣ ବଜେଟ ଉପସ୍ଥାପନ
  • ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କ ବଜେଟ ଉପସ୍ଥାପନ
  • ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ
  • ବଜେଟ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ

Comment