ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ କିଛି ସମୟ ଅପେକ୍ଷା ପରେ ଉପସ୍ଥାପନ ହେବ ମଧ୍ୟବର୍ତ୍ତୀକାଳୀନ କେନ୍ଦ୍ରିୟ ବଜେଟ। ବଜେଟ ଉପସ୍ଥାପନ କରିବେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ। ବଜେଟ ପୂର୍ବରୁ ସଂସଦ ଭବନରେ କ୍ୟାବିନେଟ ବୈଠକ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକ ଅଧ୍ୟକ୍ଷତା କରିଛନ୍ତି।

ସଧାରଣ ଦିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ। ତେଣୁ ବଜେଟ ଉପରେ ସାରା ଦେଶରେ ନଜର ରହିଛି। ବଜେଟ ଉପସ୍ଥାପନ ପାଇଁ ସମସ୍ତ କେନ୍ଦ୍ରିୟ ମନ୍ତ୍ରୀ ସଂସଦ ଭବନରେ ପହଞ୍ଚିଛନ୍ତି।

ପ୍ରଥମ ଥର ପାଇଁ ପୀୟୁଷ ଗୋୟଲ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି।

Comment