ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଶନିବାର ଅପରାହ୍‌ଣରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହି ବଜେଟରେ ନୂଆ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ରାଜ୍ୟ ବଜେଟକୁ କୃଷି ବଜେଟ ଓ ସାଧାରଣ ବଜେଟ ଏହିପରି ଦୁଇଟି ଭାଗରେ ବିଭକ୍ତ କରାଯାଇଛି।ଚଳିତ ବର୍ଷ କୃଷିକ୍ଷେତ୍ର ପାଇଁ ମୋଟ ୨୧,୧୬୬ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ପୂର୍ବ ବର୍ଷ ଅପେକ୍ଷା କୃଷିକ୍ଷେତ୍ର ପାଇଁ ୩,୬୯୮ ହଜାର କୋଟିର ଅଧିକ ବ୍ୟୟବରାଦ ରଖିଛନ୍ତି ସରକାର। ଏଥର କୃଷି ବଜେଟରେ ଆଉ କ’ଣ ସବୁ ରହିଛି ଆସନ୍ତୁ ଜାଣିବା।

  • ଚାଷୀମାନଙ୍କର ସାମଗ୍ରିକ କଲ୍ୟାଣ ନିମନ୍ତେ କାଳିଆ ଯୋଜନାରେ ଚଳିତ ବର୍ଷ ୧,୮୭୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
  • ସାର ଓ ବିହନ ପାଇଁ ସୁଧମୁକ୍ତ ଋଣ ବାବଦକୁ ସରକାର ୨୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି।
  • ଶସ୍ୟ ଉତ୍ପାଦନ ପରିଚାଳନା ବାବଦକୁ ୬୮୮ କୋଟିର ବ୍ୟୟବରାଦ ରହିଛି।
  • ଉଦ୍ୟାନ କୃଷି ବିକାଶ ଯୋଜନା ଅଧୀନରେ ୩୧୨ କୋଟି ଟଙ୍କା ଅଟକଳ ରହିଛି।
  • ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟକୁ ଗବେଷଣା ଓ ଶିକ୍ଷା ନିମନ୍ତେ ୧୮୨ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି।
  • ପଶୁସମ୍ପଦର ସ୍ଵାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୨୪୧ କୋଟି ଟଙ୍କାର ବ୍ୟୟବରାଦ ରହିଛି।
  • ସଘନ ଓ ଆଭ୍ୟନ୍ତରଣ ମତ୍ସ୍ୟଚାଷର ବିକାଶ ନିମନ୍ତେ ୧୮୨ କୋଟି ଟଙ୍କାର ବ୍ୟୟବରପାଦ ରହିଛି।
  • ସେହିପରି କୁକୁଡ଼ା ଚାଷ ପାଇଁ ସରକାର ୧୦୨ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି।
  • କୃଷକମାନଙ୍କୁ ସୁଧ ରିହାତି ବାବଦକୁ ୮୯୩ କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପ୍ରିମିୟମ ସବ୍‌ସିଡି ବାବଦକୁ ୬୦୦ କୋଟି ଟଙ୍କାର ବ୍ୟୟବରାଦ ରହିଛି।
  • ସେହିପରି ସମବାୟ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଦିଗରେ ୩୭ କୋଟି ଏବଂ ସମବାୟ ବ୍ୟଙ୍କମାନଙ୍କୁ ଅଂଶଧନ ସହାୟତା ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ ରହିଛି।

Tags: #OdishaAssembly #MonsoonSession #Budget #Budget2022-23 #OdishaBudget #ବଜେଟ #ଓଡ଼ିଶାବଜେଟ୨୦୨୨-୨୩

Comment