ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜର୍ଜିୟାରେ ଏକ ଅଜବଧରଣର ଘଟଣା ସାମ୍ନାକୁ ଆସିଛି। ଦୁଇ ଜଣ ପୋଲିସ ଅଧିକାରୀ ଟସ୍ ପକାଇ ଜଣେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ଦୁଇ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ଭିଡିଓ ଭାଇରାଲ ହେବା ପରେ ବରିଷ୍ଠ ପୁଲିସ ଅଧିକାରୀ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଘଟଣା ଥିଲା ଏହିପରି। ଦୋଷୀ ମହିଳା ଜଣଙ୍କ ନିୟମ ଉଲ୍ଲଂଘନ କରି ଗଳି ରାସ୍ତାରେ କାରରେ ୮୦ କି.ମି ବେଗରେ ଚଳାଉଥିଲେ। ଦୁଇ ମହିଳା ପୋଲିସ ଅଧିକାରୀ ସେହି ସମୟରେ ଅଭିଯୁକ୍ତ ମହିଳାଙ୍କୁ କାବୁ କରିଥିଲେ। କାର୍ଯ୍ୟାନୁଷ୍ଠାନ ପରେ ଅଭିଯୁକ୍ତ ଜଣଙ୍କ ଭୁଲ ମାଗିବା ସହିତ କାର୍ଯ୍ୟବ୍ୟସ୍ତତା ପାଇଁ ଜୋରରେ ଯାଉଥିବା କହିଥିଲେ।

ଏହା ପରେ ଦୁଇ ମହିଳା ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରିବେ ନା ଛାଡ଼ିବେ ତାକୁ ନେଇ ଚର୍ଚ୍ଚା କରିଥିଲେ। ଏହାର ସମାଧାନ ପାଇଁ ଏକ ନୂଆ ବ୍ୟବସ୍ଥା ଆପଣାଇଥିଲେ ଦୁଇ ଅଧିକାରୀ। ଅଭିଯୁକ୍ତ ମହିଳାଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟସ୍ ପକାଇବାକୁ ନିଷ୍ପତ୍ତି ନେଇଥିଲେ। ଯଦି ହେଡ୍ ଆସେ ଦୋଷୀ ଗିରଫ ହେବେ ଟେଲ ଆସିଲେ ଛାଡ଼ ପାଇବେ। ଭିଡିଓ ଅନୁସାରେ ଅଧିକାରୀ ଜଣଙ୍କ ମହିଳାଙ୍କୁ ଗିରଫ କରିଥିବା ଦେଖାଯାଉଛି। କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ମହିଳା ଜଣଙ୍କ ଜେଲରୁ ମୁକୁଳିଥିଲେ।

Comment