ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ମାତ୍ର ୧୭ ଟଙ୍କା, ଚାଷୀମାନଙ୍କ ପ୍ରତି ଅପମାନ। ଏହି ଟୁଇଟ କରି ସୋସିଆଲ ମିଡିଆରେ ହିରୋ ବନିଛନ୍ତି ରାହୁଲ ଗାନ୍ଧି।

ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତ ହୋଇ ସାରିଲେଣି। ଏହି ପ୍ରସ୍ତୁତି କେବଳ ରାଲି ବା ସଭାରେ ସୀମିତ ନାହିଁ। ନିର୍ବାଚନ ନେଇ ଏବେ ସୋସିଆଲ ମିଡିଆରେ ବି ଲଢ଼େଇ ଆରମ୍ଭ ହୋଇଛି।

ତେବେ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଉପସ୍ଥାପନ କରିଥିବା ବଜେଟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ବଜେଟକୁ ନେଇ ହେଉଥିବା ଚର୍ଚ୍ଚାରେ ବାଜି ମାରି ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି।  ଏଥର ରାହୁଲ ତାଙ୍କୁ ପଛରେ ପକାଇଦେଇଛନ୍ତି।

ବଜେଟକୁ ନେଇ ରାହୁଲଙ୍କର ଗୋଟିଏ ଟୁଇଟ୍‌ ତାଙ୍କୁ ସୋସିଆଲ ମିଡିଆରେ ୧ ନମ୍ବରରେ ରଖିଛି।  ୨୦୧୯କୁ ନେଇ ରାହୁଲ କରିଥିବା ଏହି ଟୁଇଟକୁ ୧୩, ୧୫୩ ରିଟୁଇଟ କରାଯାଇଛି।

ତେବେ ଜାନୁଆରି ୩୧ରୁ ଫେବ୍ରୁଆରି ୩ ମଧ୍ୟରେ ବଜେଟ ୨୦୧୯କୁ ନେଇ ୮ ଲକ୍ଷରୁ ଅଧିକ ଟୁଇଟ କରାଯାଇଛି। ସେଥିମଧ୍ୟରୁ ରାହୁଲଙ୍କ ଟୁଇଟକୁ ସବୁଠାରୁ ଅଧିକ ରିଟୁଇଟ କରାଯାଇଛି।


ରାହୁଲ ତାଙ୍କ ଟୁଇଟରେ ଲେଖିଥିଲେ, “ଆପଣଙ୍କ ୫ ବର୍ଷର ଅକ୍ଷମତା ଆମ କୃଷକଙ୍କ ଜୀବନକୁ ତଳି ତଳାନ୍ତ କରିଛି। ଦିନକୁ ମାତ୍ର ୧୭ ଟଙ୍କା କୃଷକଙ୍କ  ପ୍ରତି ଅପମାନ।”

Comment