ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଫାଇଲ-ଫଟୋ)

ୱେଲିଙ୍ଗଟନ୍‌ରେ ଖେଳାଯାଇଥିବା ଟ୍ୱେଣ୍ଟି୨୦ରେ ଭାରତ ହାରିଛି। ମାତ୍ର ଏହି ମ୍ୟାଚ୍‌ରେ ପାଣ୍ଡ୍ୟା ବ୍ରଦର୍ସ ଖେଳି ରେକର୍ଡ କରିଛନ୍ତି।

ଦୁଇ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳି ରେକର୍ଡ ବୁକରେ ନିଜ ନାଁକୁ ସାମିଲ କରିଛନ୍ତି।

ଆଜିର ମ୍ୟାଚ୍‌ରେ କୃନାଲ ୧୮ବଲରେ ୨୦ ରନ୍ କରିଥିବା ବେଳେ ଗୋଟିଏ ୱିକେଟ, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ନେଇଥିବା ବେଳେ ୪ରନ୍‌ କରିଛନ୍ତି।

ପୂର୍ବରୁ ଏହି ରେକର୍ଡରେ ପଠାନ୍‌ ବ୍ରଦର୍ସଙ୍କ ନାଁ ସାମିଲ ଥିଲା। ଦୁଇ ଭାଇ ଏକାଠି  ଏକାଧିକ ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Comment