ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ହାରିଥିଲା। ତେବେ ଶୁକ୍ରବାର ଏହି ମ୍ୟାଚର ଦ୍ୱିତୀୟ ଟି-୨୦ ଖେଳାଯିବ। ସରିଜର ପ୍ରଥମ ମ୍ୟାଚରେ ହାରିବା ପରେ ଟିମ୍‌ ଇଣ୍ଡିଆ କର ବା ମର ସ୍ଥିତିରେ ପହଞ୍ଚିଛି। ୩ଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ୧-୦ରେ ପଛରେ ଅଛି।

ଶୁକ୍ରବାର ଅକଲାଣ୍ଡର ଇଡେନ୍‌ ପାର୍କ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଖେଳାଯିବ। ଭାରତୀୟ ସମୟ ଅନୁୟାୟୀ ସକାଳ ୧୧.୩୦ରେ ଏହି ମ୍ୟାଚ ଆରମ୍ଭ ହେବ। ତେବେ ଏହି ମ୍ୟାଚରେ ଭାରତ ହାରିଲେ ଭାରତର ସିରିଜ ଜିତିବା ଲକ୍ଷ୍ୟ ଧୂଳିସାତ ହେବ।

ନ୍ୟୁଜିଲାଣ୍ଡ ଦଳ ଦିନିକିଆ ସିରିଜରେ ପରାଜୟର ପ୍ରତିଶୋଧ ନେଉଥିବା ବେଳେ ଟିମ୍‌ ଇଣ୍ଡିଆ ଶୁକ୍ରବାର ମ୍ୟାଚରେ ଏହାର ଜବାବ ଦେବାକୁ ଚେଷ୍ଟା କରିବ। ନ୍ୟୁଜିଲାଣ୍ଡ ମାଟିରେ  ଟିମ୍‌ ଇଣ୍ଡିଆ ଆଜି ଯାଏଁ କୌଣସି ଟି-୨୦ ମ୍ୟାଚ ଜିତି ନାହିଁ। ତେବେ ଆସନ୍ତା ମ୍ୟାଚରେ ଟିମ୍‌ ଇଣ୍ଡିଆ ଏହି ଇତିହାସ ବଦଳାଇବାକୁ ଚେଷ୍ଟା କରିବ।

Comment