ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟିରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣି ଏକ ନୂଆ ରେକର୍ଡ କରିଛନ୍ତି। ପ୍ରଥମ ଭାରତୀୟ ଭାବେ ଧୋନି ୩୦୦ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବାର ରେକର୍ଡ ନିଜ ନାଁରେ ଲେଖିଛନ୍ତି।

ସେହିପରି ୨୯୮ ମ୍ୟାଚ ଖେଳି ‘ହିଟ ମ୍ୟାନ’ ରୋହିତ ଶର୍ମା ଧୋନିଙ୍କ ପଛରେ ରହିଛନ୍ତି ।

୩୦୦ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବାରେ ଧୋନି ହେଉଛନ୍ତି ବିଶ୍ୱର ୧୩ତମ ଖେଳାଳି। ୱେଷ୍ଟ ଇଣ୍ଡିଜ୍‌ର ଆଲରାଉଣ୍ଡର କିରଣ ପୋଲାର୍ଡ ୪୪୬ ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି।

ରବିବାର ହାମିଲଟନରେ ଖେଳାଯାଇଥିବା ମ୍ୟାଚରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ୪ ରନ୍‌ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ଧୋନି ମାତ୍ର ୨ରନ୍‌ କରି ଆଉଟ ହୋଇଥିଲେ।

Comment