ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଖ୍ୟାତ ମାଓନେତା ସୁଧାକରନ୍‌ ଆତ୍ମସମର୍ପଣ କରିଛନ୍ତି। ସୋମବାର ଝାଡ଼ଖଣ୍ଡ ପୋଲିସ ପାଖରେ ସୁଧାକରନ୍‌ ଓ ତାଙ୍କ ପତ୍ନୀ ନିଳିମା ଆତ୍ମସମର୍ପଣ କରିଛନ୍ତି।

ମାଓନେତା ସୁଧାକରନ୍‌ ହେଉଛନ୍ତି କେନ୍ଦ୍ରିୟ ମାଓ ସଂଗଠନ କମିଟିର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ।

ସୁଧାକରନ୍‌ଙ୍କ ନାଁରେ ରହିଛି ୫ କୋଟି ଟଙ୍କାର ପୁରସ୍କାର। ସେହିପରି ତାଙ୍କ ପତ୍ନୀ ନିଳିମାଙ୍କ ନାଁରେ ରହିଛି ୨୫ ଲକ୍ଷ ଟଙ୍କାର ପୁରସ୍କାର। ଝାଡ଼ଖଣ୍ଡ ଓ ଛତିଶଗଡ଼ର ଅନେକ ମାଓ ହିଂସାରେ ସମ୍ପୃକ୍ତ ଥିଲେ ସୁଧାକରନ୍‌।

Comment